କୁଳିଅଣା ବ୍ଲକରେ “ଜାତି ଜନ-ଜାତି ସମ୍ବାଦ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଅଦ୍ୟ ତା ୨୪/୦୬/୨୦୨୬ ରିଖ ବୁଧବାର ଦିନ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ କୁଳିଅଣା ବ୍ଲକର ବି.ଡି.ଓ ଜୀତେନ୍ଦ୍ର ମୁର୍ମୁ ଏବଂ ଚେୟାରମେନ ଦୀପିକା ସିଂଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଣ୍ଡାରୀ ବାଣୀ ଲିପି ଶିକ୍ଷାର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପ୍ରଚାର ପ୍ରସାର ଏବଂ ସମାଜ ପାଇଁ ସମାଜ ସେବା କାମ କରୁଥିବା ୧୭ ଜଣ ହେଉଛନ୍ତି ମନୋରଞ୍ଜନ ସିଂ, ସୁବୋଧ ଚନ୍ଦ୍ର ସିଂ, ବୁଧୁ ସିଂ, ରଇବାରୀ ସିଂ, ଜୟନ୍ତୀ ସିଂ, ରୁଦ୍ର ପ୍ରସାଦ ସିଂ, ମାନୀନ୍ଦ୍ର ସିଂ, ସମବାରୀ ସିଂ, ବୁଧୁରାମ ସିଂ, ସତ୍ୟବାନ ସିଂ, ସୁନ୍ଦର ମୋହନ ସିଂ, ପ୍ରଦୀପ କୁମାର ସିଂ, ପ୍ୟାରୀଲାଲ ସିଂ, ଜୀତରାୟ ସିଂ, ନବୀନ ଚନ୍ଦ୍ର ସିଂ, ସୁମୀତ୍ରା ସିଂ ଓ ସୁନ୍ଦର ମୋହନ ସିଂଙ୍କୁ ମାନପତ୍ର ବିଡ଼ିଓ ଓ ଚେୟାରମେନଙ୍କ ଦ୍ଵାରା କୁଳିଅଣା ବ୍ଲକ ଅଧିନସ୍ଥ ସମସ୍ତ ଯୋଗ୍ୟ ଏବଂ ସମ୍ମାନୀୟ ଲୋକଙ୍କୁ ପ୍ରଦାନ କରାଯାଇଥିଲା। ବିଡିଓ ଓ ଚେୟାରମେନଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଗୁଡ଼ିକ ବହୁ ନିରାଡ଼ମ୍ବର ଭାବେ ପରିଚାଳନା କରାଯାଇଥିଲା।
