ମହିଳା ୱାକlରେଶ କ୍ଲବ ଅଫ ବ୍ରହ୍ମପୁର ତରଫରୁ ଜରା ନିବାସ ରେ ସାମାଜିକ କାର୍ଯ୍ୟ
ବ୍ରହ୍ମପୁର 24/6
ଗୋପାଳପୁର ରୋଡ ସ୍ଥିତ ରାମଚନ୍ଦ୍ରପୁର ଗ୍ରାମ ସ୍ଥିତ ମହାନ ସଙ୍ଘ ଦ୍ୱାରା ପରିଚାଳିତ ବିଶ୍ୱ ନିକେତନ ଜରା ନିବାସ ଠାରେ ମହିଳା ୱାକlରେଶ କ୍ଲବ ଅଫ ବ୍ରହ୍ମପୁର ତରଫରୁ ସାମାଜିକ କାର୍ଯ୍ୟକ୍ରମ ଅବସରରେ ଚାଉଳ, ଡାଲି, ଅଟା, ଗାମୁଛା, ସହ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯିବାସହ ଅନ୍ତେବାସୀ ଓ ସଦସ୍ୟା ଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ କ୍ଳବ ସଭାନେତ୍ରୀ ଶ୍ରୀମତୀ ଜେ ସୁଷମା ରାଣୀ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛିl ଏହି ଅବସରରେ ମହାନ ସଙ୍ଘ ତଥା ବିଶ୍ୱ ନିକେତନ ସଭାପତି ଅତିଥି ଭବେ ଯୋଗଦେଇ କ୍ଲବ ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ବରିଷ୍ଟ ନାଗରିକ ମାନଙ୍କୁ ସବୁ ଜାଗାରେ ସାହାଯ୍ୟ କରିବା ସହ ପିତା ମାତା ମାନଙ୍କ ଦାୟିତ୍ୱ ନେବା ସହ ସେମାନଙ୍କୁ ସନମାନ ର ସହ ପରିବାର ରେ ରଖିବା ନିମନ୍ତେ ସଚେନତା ସୃଷ୍ଟି କରିବା ନିମନ୍ତେ ଅନୁରୋଧ କରିଥିଲେ l
ସମ୍ପାଦିକା ଶ୍ରୀମତୀ କେ ଉଷା ରାଣୀ ଧନ୍ୟବାଦ ପ୍ରଦାନ କରିଥିବା ବେଳେ କୋଷାଧକ୍ଷl ଇ ଛାୟା ଦେବୀ, ଉପସଭାନେତ୍ରୀ ଶ୍ରୀମତୀ ଯାଜ୍ଞସେନି, ପୂର୍ବତନ ସଭାନେତ୍ରୀ ଭୀ ପଦ୍ମଜା, ଟି ଅନୁରାଧା, ସୀତା ଦେବି, ମିନାକ୍ଷୀ, ବି ଜୟଲଷ୍ମୀ, ଭି କ୍ରିଷ୍ଣାଭେନି, ଏମ ଅନୁରାଧା, ମହାଲଷ୍ମୀ, କେ ସୁଚିତ୍ରା, ରାଧାରାଣୀ ଙ୍କ ସମେତ ତିରିଶି ରୁ ଉର୍ଦ୍ଧ ସଦସ୍ୟl ଅଂଶଗ୍ରହଣ କରିଥିଲେ l ଭବିଷ୍ୟତ ରେ ଅଧିକ ସହଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସଭାନେତ୍ରୀ ଶ୍ରୀମତୀ ଜେ ସୁଷମା ରାଣୀ ପ୍ରକାଶ କରିଥିଲେ l
