ପ୍ରତୀପ୍ତ କୁମାର ଭଞ୍ଜ ଙ୍କୁ ବଡ଼ ସଫଳତା ମିଳିଲା ଶାଳ ଓ ଶାଗୁଆନ କାଠ ଜବତ, ୧ ଅଟକ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କଇଁବିଲି ଗାଁରୁ ୨୦ ରୁ ଅଧିକ ସିଫ୍ଟର ଶାଳ ଓ ଶାଗୁଆନ କାଠ ଜବତ କରିଛି ବନବିଭାଗ। ଏଥିରେ ସମ୍ପୃକ୍ତ କଇଁବିଲି ଗାଁର ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ବନବିଭାଗ। ତେବେ ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର କୈଳାସ ସାହୁଙ୍କ ନେତୃତ୍ୱରେ ଫରେଷ୍ଟର ପ୍ରଦୀପ୍ତ କୁମାର ଭଞ୍ଜ ଏବଂ ଟିମ କଇଁବିଲି ଗାଁରେ ଚଢ଼ାଉ କରିଥିଲେ। ଗାଁର ଅଖିଳ ସାହୁଙ୍କ ଘରେ ଥିବା ପ୍ରାୟ ୨୦ ସିଫ୍ଟରୁ ଅଧିକ ଶାଗୁଆନ ଓ ଶାଳ କାଠକୁ ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ। ଏ ନେଇ କାଠ ଜବତ ସହ ଅଟକ ବ୍ୟକ୍ତିକୁ ପଚରା ଉଚରା ଜାରି ରଖିଛି ବନବିଭାଗ।
ବାଇଟ – ପ୍ରଦୀପ୍ତ କୁମାର ଭଞ୍ଜ.ଫରେଷ୍ଟର. ମୁକ୍ତାପସୀ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
