ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ।
(ନିପ୍ର ଗୋକୁଳାନନ୍ଦ ବେହେରା)ପରଜଙ୍ଗ ପଞ୍ଚାୟତ ସମିତି ପକ୍ଷରୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ସମୁଦାୟ ୫୧ ଟି ଅଭିଯୋଗ ଆସିଥିବା ବେଳେ ଜିଲ୍ଲାପାଳଙ୍କ ସ୍ତରୀୟ ଅଭିଯୋଗ ୩୩ ଓ ବ୍ଲକ ସ୍ତରୀୟ ଅଭିଯୋଗ ୧୮ଟି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୮ , ଭତ୍ତା ୮ ଓ ଅନ୍ତୋଦୟ ଚାଉଳ ଯୋଜନା ୨ ଜଣଙ୍କୁ ଏବଂ ଚକିତ୍ସା ପାଇଁ ମୂଖ୍ୟମନ୍ତ୍ରୀ ପାଣ୍ଠିରୁ ୩୦ ହଜାର ଟଙ୍କା ପାଟରପଦା ଗ୍ରାମର ଗୁଣ୍ଡିଚା ପ୍ରଧାନ ଙ୍କୁ ପ୍ରଦାନ କରାଯାଇଛି।ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନେକର, ଉପ ଜିଲ୍ଲାପାଳ ବିକାଶ ମହାନ୍ତି, ଜିଲ୍ଳା ଚିକିତ୍ସା ଅଧିକାରୀ ଡ଼ା ସଞ୍ଜୟ କୁମାର ମହାପାତ୍ର, ଜିଲ୍ଲା କୃଷି ଅଧିକାରୀ ବିଶ୍ଵନାଥ ଦାସ ଏବଂ ଅନ୍ୟ ଜିଲ୍ଲା ଅଧିକାରୀ ଙ୍କ ସହ ପରଜଙ୍ଗ ତହସିଲଦାର ସୁଦେବ ପୃଷ୍ଟି, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ଗୋଷ୍ଠି ଉନ୍ନୟନ ଅଧିକାରୀ ସୌଭାଗ୍ୟ କୁମାର ବେହେରା, ଅତିରିକ୍ତ ତହସିଲଦାର ମନୋରଂଜନ ସାହୁ,ପରଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ସ୍ମୃତି ରଞ୍ଜନ ବିଶ୍ବାଳ, ପରଜଙ୍ଗ ଥାନା ଅଧିକାରୀ ସୁବ୍ରତ କୁମାର ସାହୁ, କୃଷି ଅଧିକାରିଣୀ ରୀତାରାଣି ସେଠ୍, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସ୍ୱର୍ଣଲତା ମହାପାତ୍ର ପ୍ରମୁଖ ସମସ୍ତ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ର ଶୁଣାଣୀ କରିଥିଲେ।
