ସୋରରେ ନୂତନ ଇଭି ମୋ ରୁମ ଉଦ୍ ଘାଟନ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):::: ସୋର ସହରରେ ଗ୍ରାହକମାନଙ୍କୁ ପ୍ରଦୂଷଣମୁକ୍ତ ଏବଂ ଅତ୍ୟାଧୁନିକ ଯାତ୍ରାର ଅନୁଭୂତି ଦେବା ପାଇଁ ଏକ ନୂତନ ଇଭି (EV) ସୋରୁମ୍ ଅହଲ୍ୟା ଇଲେକ୍ଟ୍ରୋନିକ୍ସ ର ଭବ୍ୟ ଉଦ୍ଘାଟନ ହୋଇଯାଇଛି। ଏହି ଅତ୍ୟାଧୁନିକ ସୋରୁମ୍ରେ କ୍ବାଣ୍ଟମ ଏବଂ ଡାଇମନ ବ୍ରାଣ୍ଡ୍ର ଆକର୍ଷଣୀୟ ଇଲେକ୍ଟ୍ରିକ୍ ସ୍କୁଟର ଉପଲବ୍ଧ ହେଉଛି, ଯାହା କମ୍ ଖର୍ଚ୍ଚରେ ଅଧିକ ମାଇଲେଜ୍ ପ୍ରଦାନ କରିବ। ଉଦ୍ଘାଟନୀ ଦିବସରେ ସ୍ଥାନୀୟ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ଗ୍ରାହକମାନେ ଉପସ୍ଥିତ ରହି ନୂତନ ଗାଡ଼ିଗୁଡ଼ିକର ବୈଶିଷ୍ଟ୍ୟ ବିଷୟରେ ସୁରୋମ୍ ପରିଚାଳକ ରମେଶ ଚନ୍ଦ୍ର ପ୍ରଧାନ ଓରଫ ରାଜା ଙ୍କୁ ପଚାରି ବୁଝିଥିଲେ। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମୟରେ ଏହି ଇଭି ସୋରୁମ୍ ସୋର ଏବଂ ଏହାର ଆଖପାଖ ଅଞ୍ଚଳର ଗ୍ରାହକମାନଙ୍କ ପାଇଁ ଏକ ଶ୍ରେଷ୍ଠ ବିକଳ୍ପ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
