କଳାହାଣ୍ଡି (କୁଳପତିଶବର ) : ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନ ଥିବାରୁ ତାତିଲେ ଆଶାକର୍ମୀ ସଂଘ କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟରତ ଜୈନିକା ଆଶା କର୍ମୀଙ୍କୁ ଡାକ୍ତରଖାନା ଶୈଚଳୟରେ ଜଣେ ଅସାମାଜିକ ଯୁବକ ଦୁଷ୍କର୍ମଉଦ୍ୟମ କରିଥିବା ନେଇ ପିଡିତାଆଶା କର୍ମୀ ଗତ ୪ ତାରିଖରେ କୋକସରା ଥାନାରେ ଅଭିଯୋଗ କରିଥିଲେ ତେବେ ଘଟଣାର ୯ ଦିନପରେ ମଧ୍ୟରେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପିଡିତା ଆଶାକର୍ମୀଙ୍କୁ ନ୍ୟାୟ ପ୍ରଦାନ ଓ କାର୍ଯ୍ୟନୁଷ୍ଠାନ ଦାବିରେ କୋକସରା ବ୍ଲକଆଶା କର୍ମୀ ସଂଘ ର ଶତାଧିକ କର୍ମୀ ନ୍ୟାୟ ପ୍ରଦାନ ଦାବିରେ ପୁଣିଥରେ ଥାନାରେ ଦ୍ବାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିକରିଛନ୍ତି ଯଦି ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେତେବେ ସଂଘ ପକ୍ଷରୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।
