*ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭାବନୀୟ ଘଟଣା, ନବଜାତ ଶିଶୁର ମୃତଦେହ ଉଦ୍ଧାର, ମୃତ୍ ଦେହକୁ ବୁଲା କୁକୁର କ୍ଷତ ବ୍ୟକ୍ଷତ କରିଥିବା ଅଭିଯୋଗ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୮.୦୬.
ନୂଆପଡ଼ା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଅଛି।ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହି ମୃତ୍ ଦେହକୁ ବୁଲା କୁକୁରମାନେ କ୍ଷତ ବ୍ୟ କରିଥିବା ଅଭିଯୋଗ ହୋଇଅଛି। ନବଜାତ ଶିଶୁର ଦେହକୁ କୁକୁର ମାନେ ଆଣି ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ପକାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳେ ନୂଆପଡ଼ା ପୋଲିସ ପହଞ୍ଚି ଶବ କୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ନବଜାତ ଶିଶୁ ମୃତଦେହ ଆସିଲା କେଉଁଠୁ, ଏହି ଶିଶୁର ସଠିକ୍ ପରିଚୟ, ଶିଶୁର ମୃତ୍ୟୁ ସ୍ଵାଭାବିକ ହୋଇଛି ନା କୌଣସି ଅପରାଧ ର ଶିକାର ହୋଇଛନ୍ତି।ସମସ୍ତ କଳ୍ପନା ଜଳ୍ପନା ତଦନ୍ତ ପରେ ଲୋକ ଲୋଚନ କୁ ଆସିବ।
