*ନୂଆପଡ଼ା ଜିଲ୍ଲାର ପାଞ୍ଚ ଗୋଟି ବ୍ଲକ ରେ ବିକାଶ ଧାରା ଓଡ଼ିଶା ସାର୍ କାର୍ଯ୍ୟକ୍ରମ ଉଦ୍ଘାଟିତ, ଆଜି ଠାରୁ ପାଞ୍ଚ ଦିନ ବ୍ୟାପୀ ସମ୍ମିଳନୀ, ଅନୁସୂଚିତ ଜାତି ଜନଜାତି ସଂଖ୍ୟାଲଘୁ ଓ ପଛୁଆ ବର୍ଗଙ୍କ ମଙ୍ଗଳ ବିଭାଗ ଦ୍ୱାରା ଆୟୋଜିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୭.୦୬.
ନୂଆପଡ଼ା ଜିଲ୍ଲାର ପାଞ୍ଚ ଗୋଟି ବ୍ଲକ ରେ ବିକାଶ ଧାରା ଓଡ଼ିଶା ସାର୍ କାର୍ଯ୍ୟକ୍ରମ ଉଦ୍ଘାଟିତ, ଆଜି ଠାରୁ ପାଞ୍ଚ ଦିନ ବ୍ୟାପୀ ସମ୍ମିଳନୀ, ଅନୁସୂଚିତ ଜାତି ଜନଜାତି ସଂଖ୍ୟାଲଘୁ ଓ ପଛୁଆ ବର୍ଗଙ୍କ ମଙ୍ଗଳ ବିଭାଗ ଦ୍ୱାରା ଆୟୋଜିତ ହୋଇଯାଇଅଛି। ଏହି ସମ୍ମିଳନୀ ଖଡ଼ିଆଳ ବ୍ଲକ ପକ୍ଷ ରୁ କଲ୍ୟାଣ ମଣ୍ଡପ ଦୁଇ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ସମ୍ମିଳନୀ କୁ ଖଡ଼ିଆଳ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ଉଦ୍ଘାଟନ କରିଥିଲେ। ବିଶେଷ ରୂପେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ରାଓ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ର ଉପଲବ୍ଧି ଉପରେ ଜନସାଧାରଣ ଙ୍କୁ ସଚେତନ କରିଥିଲେ। ଅନୁଷ୍ଠିତ ସଭାରେ ଖଡ଼ିଆଳ ବିଡିଓ ମିଳନ କୁମାର ଝାଙ୍କର୍ ଅଧ୍ୟକ୍ଷତା କରିଥିବା ବେଳେ ଆଦିବାସୀ କଲ୍ୟାଣ ସଂଘ ଓଡ଼ିଶା ସଭାପତି ବାଳକୃଷ୍ଣ ଶବର, ପୂର୍ବତ୍ତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାଣ୍ଡେ, ସମାଜସେବୀ ଫକୀର ମୋହନ ଜଗତ, ସତନାମି ସମାଜ ବରିଷ୍ଠ କାର୍ଯ୍ୟକର୍ତ୍ତା ଜ୍ୟୋତି ଲାଲ ବଞ୍ଜାରେ, ବ୍ଲକ ଉପାଧ୍ୟକ୍ଷା ଗୌତମ ତାଣ୍ଡି, ଆଦିବାସୀ ସଂଘ ଖଡ଼ିଆଳ ବ୍ଲକ ସଭାପତି କାର୍ତ୍ତିକେଶ୍ୱର ମଲ୍ଲିକ,ପ୍ରମୁଖ ମଞ୍ଚାସିନ ଥିଲେ
