ସୋରରେ ବଢୁଛି ଚୋରି: ନାହାନ୍ତି ଥାନା ଅଧିକାରୀ ବାବୁ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର) ::: ଗୋଟିଏ ସପ୍ତାହ ଉର୍ଦ୍ଧ୍ବ ହେବ ସୋର ଭଳି ସମ୍ବେଦନଶୀଳ ଥାନା ଅଧିକାରୀ ପଦବୀ ଫାଙ୍କା ପଡିଛି। ଏହାର ସୁଯୋଗ ନେଇ ଚୋରଙ୍କ ପ୍ରାଦୁର୍ଭାବ ବଢ଼ିଥିବା ଦେଖିବାକୁ ମିଳିଛି। ସୋର ଥାନା ମାଣିପୁର ପଞ୍ଚାୟତ ଗୁଲୁଣିଆ ଗ୍ରାମରେ ଘରେ କେହି ନ ଥିବା ବେଳେ ଘର ଏବଂ ଗଡ଼ରେଜ ଚାବି ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା, ରୁପା ଗହଣା ଚୋରି ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଏହି ଗ୍ରାମର ଅର୍ଜୁନ ଘଡେଇ ୧୫ ତାରିଖ ସକାଳେ ପରିବାର ସହ ନିଜ ସଢୁ ଘର ବେତଡା ଗ୍ରାମକୁ ଯାଇଥିଲେ। ଗତକାଲି ଅପରାହ୍ନରେ ଅର୍ଜୁନ ଘରକୁ ଫେରି ଘର ଖୋଲା ଥିବା ଦେଖି ଭିତରେ ପଶିଥିଲେ।ଘର ଭିତରେ ଥିବା ଗଡ଼ରେଜ ଚାବି ଭାଙ୍ଗି କେହି ଦୁର୍ବୁର୍ତ୍ତ ଗଡ଼ରେଜରେ ଥିବା ୭ ଟି ସୁନା ଚେନ, ରାଣି ହାର, ନେକଲେସ, ପାଉଁଜି ୩ ହଳ, ମୁଦି ୨ ଟି ସମେତ ପ୍ରାୟ ୩୦ ଲକ୍ଷ ଟଙ୍କାର ସୁନା ରୁପା ଗହଣା ଚୋରି କରିନେଇଥିବା ଜାଣିବାକୁ ପାଇଥିଲେ। ଏ ବାବଦରେ ଅର୍ଜୁନ ଆଜି ସକାଳେ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ସୋର ଥାନା ରେ ଜଣେ ଦକ୍ଷ ଥାନା ଅଧିକାରୀ ଙ୍କୁ ନିଯୁକ୍ତି ନେଇ ସାଧାରଣରେ ଦାବି ହେଉଛି।
