ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ପାଳିତ, ସଚେତନତା ପଦଯାତ୍ରା ଅନୁଷ୍ଠିତ
ଦେବଗଡ଼: ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଳ୍ୟରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ଅବସରରେ ଏକ ବିଶାଳ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଜିଲ୍ଲା ଶ୍ରମ ଅଧିକାରୀ ପଦ୍ମାବତୀ ମାରାଣ୍ଡିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା।
ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ମାରାଣ୍ଡି ସବୁଜ ପତାକା ପ୍ରଦର୍ଶନ କରି ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ପଦଯାତ୍ରାଟି ସହରର ବିଭିନ୍ନ ପ୍ରମୁଖ ରାସ୍ତା ପରିକ୍ରମା କରି ଶିଶୁ ଶ୍ରମ ନିରାକରଣ, ଶିଶୁଙ୍କ ଅଧିକାର ସୁରକ୍ଷା ଓ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରିଥିଲା। ପରେ ଏହା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ପାଠାଗାରଠାରେ ପହଞ୍ଚି ସମାପ୍ତ ହୋଇଥିଲା।
ଏହି ଅବସରରେ ବକ୍ତାମାନେ କହିଥିଲେ ଯେ, ୧୪ ବର୍ଷରୁ କମ୍ ବୟସର କୌଣସି ଶିଶୁଙ୍କୁ କୌଣସି ବୃତ୍ତି କିମ୍ବା ପ୍ରକ୍ରିୟାରେ ନିୟୋଜନ କରିବା ଆଇନତଃ ନିଷିଦ୍ଧ। ସେହିପରି ୧୫ରୁ ୧୮ ବର୍ଷ ବୟସର କିଶୋରମାନଙ୍କୁ ବିପଦସଙ୍କୁଳ ବୃତ୍ତି ଓ ପ୍ରକ୍ରିୟାରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ। ଏପରି ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ସହ କାରାଦଣ୍ଡର ବ୍ୟବସ୍ଥା ରହିଛି।
କାର୍ଯ୍ୟକ୍ରମରେ ଜିତା, ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧି, ଆଇନ ସେବା ସ୍ୱେଚ୍ଛାସେବୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବ୍ୟକ୍ତିବିଶେଷ ଯୋଗଦେଇ ଶିଶୁ ଶ୍ରମ ମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କୁ ସଚେତନ ଓ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଜଣାଇଥିଲେ। ଏହି ସଚେତନତା ପଦଯାତ୍ରା ମାଧ୍ୟମରେ ଶିଶୁ ଶ୍ରମ ବିରୋଧରେ ଏକ ସଶକ୍ତ ବାର୍ତ୍ତା ସମାଜରେ
