ଓଡିଶା ସରକାର ଙ୍କ ସେବା, ସୁଶାସନ ଓ ସଫଳ ତାର ଏକ ବର୍ଷ ମେଳାରେ ଚକ୍ଷୁ ପରୀକ୍ଷା ଶିବିର l
ସାହାରପଡା -…
ଗୁରୁବାର ଦିନ ଓଡିଶା ସରକାର ଙ୍କ ସେବା, ସୁଶାସନ ଓ ସଫଳ ତାର ଏକ ବର୍ଷ ପୂର୍ତ୍ତୀ ପାଳନ ନିମନ୍ତେ ସାହାର ପଡା ବ୍ଲକ ର ବାଇକଳା ପଂଚାୟତ ଠାରେ ଏକ ମେଳା ର ଆୟୋଜନ କରା ଯାଇଥିଲା l ଉକ୍ତ ମେଳା ରେ କେନ୍ଦୁଝର ର ଅଗ୍ରଣୀ ଅନୁଷ୍ଠାନ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ପକ୍ଷରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଶିବିର କୁ ବାଇ କଳା ସରପଞ୍ଚ ହରିହର ନାଏକ ଉଦଘାଟନ କରିଥିଲେ l ବାଇ କଳା ପଂଚାୟତ ଅନ୍ତର୍ଗତ ବାଇ କଳା, ଲୁଙ୍ଗା, ବିଲା, ମଙ୍ଗଳପୁର, ନିଶ୍ଚିନ୍ତ ପୁର ଓ ବାଲିତୋଟା ଗ୍ରାମର 43 ଜଣ ବରିଷ୍ଟ ନାଗରିକ ଙ୍କର ଚକ୍ଷୁ ପରୀକ୍ଷା କରା ଯାଇଥିଲା l କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ର ସମ୍ପାଦକ ଭକ୍ତ ବତ୍ସଳ ମହାନ୍ତି ଶିବିର ପରିଚାଳନା କରିଥିଲେ l ବରିଷ୍ଠ ସମାଜ ସେବୀ କର୍ଣ୍ଣାଟ କିଶୋର ଜେନା ଉପସ୍ଥିତ ଥିଲେ।
ବରିଷ୍ଟ ନାଗରିକ ମାନଙ୍କ ଚକ୍ଷୁ ପରୀକ୍ଷା କରି ମୋଟ 14 ଜଣଙ୍କ ମୋତିଆ ବିନ୍ଦୁ ଚି଼ହ୍ନଟ କରିଥିଲେ ଏବଂ 24 ଜଣ ଙ୍କୁ ଚାଳିଶା ଚଷମା ମାଗଣାରେ ବଣ୍ଟନ କରା ଯାଇଥିଲା l ଅନୁଷ୍ଠାନ ର ସଦସ୍ୟ ଡକ୍ତର ବିମ୍ବାଧର ବେହେରା ଓ ଜଗତଜିତା ଦାସ ଉପସ୍ଥିତ ସମସ୍ତଙ୍କୁ ଅନ୍ଧତ୍ୱ ମୁକ୍ତ ଅଭିଯାନ ରେ ସାମିଲ ହେବାକୁ ଅନୁରୋଧ କରିଥିଲେ l କାର୍ଯ୍ୟକ୍ରମ ରେ ଆଶା, ଅଙ୍ଗନବାଡି କର୍ମୀ ଓ ପଂଚାୟତ ନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ l
