ଗଞ୍ଜାମ ଜିଲ୍ଲାରୁ ୫୨ ଜଣ ତୀର୍ଥଯାତ୍ରୀଙ୍କ ସୋମନାଥ ସ୍ୱାଭିମାନ ଯାତ୍ରା
ଛତ୍ରପୁର ତା 14/06/26
“ସୋମନାଥ ସ୍ୱାଭିମାନ ଯାତ୍ରା” ଅଭିଯାନରେ ଗଞ୍ଜାମ ଜିଲ୍ଲାର ୫୨ ଜଣ ତୀର୍ଥଯାତ୍ରୀ ଆଜି ସ୍ଥାନୀୟ ନୂଆବସଷ୍ଟାଣ୍ଡଠାରୁ ଆଜି ସୋମନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।
ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବା ସହିତ ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ ।
ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କେର୍କେଟା, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
‘ସୋମନାଥ ସ୍ୱାଭିମାନ ଯାତ୍ରା’ ମାଧ୍ୟମରେ ତୀର୍ଥଯାତ୍ରୀମାନେ ଦେଶର ସାଂସ୍କୃତିକ ଐତିହ୍ୟ, ଆଧ୍ୟାତ୍ମିକ ପରମ୍ପରା ଏବଂ ଐତିହାସିକ ଗୁରୁତ୍ୱ ବହନ କରୁଥିବା ସୋମନାଥ ଧାମ ଦର୍ଶନର ସୁଯୋଗ ପାଇବେ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗଞ୍ଜାମ
