*ନୂଆପଡ଼ା ଜିଲ୍ଲା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଟିବି ମୁକ୍ତ ଭାରତ ଗଠନ ସଂକଳ୍ପ, ପୋଷଣ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୩.୦୬.
ନୂଆପଡ଼ା ଜିଲ୍ଲା ରେ ଟିବୀ ମୁକ୍ତ ଭାରତ ଗଠନ ନେଇ କେନ୍ଦ୍ର ସରକାର ପକ୍ଷ ରୁ ମାଗଣା ଔଷଧ ବଣ୍ଟନ କରିଥିବା ବେଳେ ଏହି ବ୍ୟାଧି ସମୟରେ ପୋଷଣ ଖାଦ୍ୟ ଗ୍ରହଣ ପାଇଁ ଅନେକ ଆବଶ୍ୟକ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଉଅଛି। ସେହି କ୍ରମ ରେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମଧ୍ୟ ଏହାର ସୁଫଳ ଦେଖିବାକୁ ମିଳିଅଛି। ମୋଦି ସରକାରଙ୍କ ୧୨ ବର୍ଷ ଏବଂ ଓଡ଼ିଶା ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଅନେକ ଯୋଜନାର ଲାଭ ଉଠାଇବା ସହ ଆରୋଗ୍ୟ ଭାରତ ଗଠନ ର ସଂକଳ୍ପ ନେଇଛନ୍ତି। ଟିବି ରୋଗରେ ପୀଡିତ ବ୍ୟକ୍ତି ଙ୍କୁ ୬ ମାସ ର ପୋଷଣ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥାନ୍ତି। ତାହା ସହିତ ୬ ମାସ ର ଔଷଧ ପ୍ରଦାନ କରିଥିବା ବେଳେ ଆଶା ଓ ଅଙ୍ଗନୱାଡି କର୍ମୀ ମାନେ ଘରକୁ ଯାଇ ନୀୟମିତ୍ ଔଷଧ ସେବନ ପାଇଁ ସଚେତନ କରିଥାନ୍ତି। ନୂଆପଡ଼ା ଜିଲ୍ଲା ଏକ ଆକାଂକ୍ଷା ଜିଲ୍ଲା ଦେବାରୁ ଅନେକ ପାରାମୀଟରେ ଉଲ୍ଲେଖନୀୟ ସଫଳତା ହାସଲ କରିଅଛି।ସ୍ୱାସ୍ଥ୍ୟ କ୍ଷେତ୍ର ଅନେକ ସହାୟତା ହୋଇଅଛି। କୋଲ ଇଣ୍ଡିଆ ପକ୍ଷ ରୁ ସମସ୍ତ ଟିବି ରୋଗୀଙ୍କୁ ମାସିକ ୧ ହଜାର ଟଙ୍କା ଲେଖାଏଁ ୬ ମାସ ର ୬ ହଜାର ପୋଷଣ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି। ରୋଗୀ ସଂଖ୍ୟା ହ୍ରାସ ହେଉଥିବା ଡଃ. ଅନ୍ନଦା ଶଙ୍କର ଦାସ ପ୍ରକାଶ କରିଛନ୍ତି।
