ସାରସକଣା/ଜାମଶଳା (ଅନୀଲ କୁମାର ସାହୁ) : ଝାରପୋଖରୀଆ(ବମ୍ବେ ଛକ) ଦେଇ ୪୯ ନମ୍ୱର ଜାତୀୟ ରାଜପଥ ଅତିକ୍ରମ କରିଅଛି।ଏହି ୪୯ ଜାତୀୟ ରାଜପଥ ଟି ଝାଡଖଣ୍ଡ ରାଜ୍ୟ ବାହାଡ଼ାଗୋଡା ଠାରୁ ଓଡିଶା ରାଜ୍ୟ କେନ୍ଦୁଝର ର ତୁରୁମୁଙ୍ଗା ଯାଏଁ ୧୨୩ କିମି ରାସ୍ତା ପ୍ରର୍ଯ୍ୟନ୍ତ ୪ ଥାକିଆ (ଫୋର୍ ଲେନ୍)ରାସ୍ତା ହୋଇଛି। ପ୍ରାୟ ୩ ବର୍ଷ ହେଲା ନିର୍ମାଣ କାମ ଚାଲିଛି ଯେ ରାସ୍ତା କାମ ଶେଷ ହେବାର ନାଁ ନେଉନି।ଗତ ୩ ବର୍ଷରେ ଏହି ଶୋଚନୀୟ ରାସ୍ତାରେ ଦୁର୍ଘଟଣା ରେ ୪୫ ଟି ଜୀବନ ଯାଇଥିବା ବେଳେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି।ହେଲେ ଏପଟେ କାମ ଶେଷ ନ ହୋଇ ବି ୩ ବର୍ଷ ପୂର୍ବରୁ ଏହି ରାସ୍ତାରେ ଟୋଲ ଗେଟ୍ ବସାଇ ମାସିକ ଦେଢ଼ କୋଟିରୁ ଅଧିକ ଟଙ୍କା ଆୟ କଲାଣି ଠିକା ସଂସ୍ଥା” ଶାହାକାର ଗ୍ରୁପ୍ ଲିମିଟେଡ ”। ଏ ନେଇ ୩ ମାସ ତଳେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବା ବେଳେ ମାମଲାର ଶୁଣାଣି କରି ଜବାବ ମାଗିଥିଲେ ଅଦାଲତ।ସତ୍ୟପାଠରେ ସବିଶେଷ ତଥ୍ୟ ଦେବାକୁ କୁହାଯାଇଥିବା ବେଳେ ଏବେ ଯାଏ ଏହାର ଜବାବ ରଖିନି କମ୍ପାନୀ ।ଏପଟେ ଏବେ ଗ୍ରୀଷ୍ମ ଅବକାଶ ଚାଲିଥିବାରୁ ମାମଲାର ଶୁଣାଣୀ ଜୁନ ମାସ ଦ୍ଵିତୀୟ ସପ୍ତାହରେ ହେବାକୁ ଯାଉଛି।୨୦୨୫ ମସିହା ମାର୍ଚ୍ଚ ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଏହା ସମ୍ଭବପର ହେଉନି।ରାଜପଥ ବିଶୋଇରୁ ଦ୍ଵାରଶୁଣି ଘଟି ପର୍ଯ୍ୟନ୍ତ ୧୭ କିମି ରାସ୍ତା ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି।ବମ୍ବେଛକ ରୁ ଏଠାକୁ ଯୋଡୁଥିବା ରାସ୍ତାରେ ଘନ ଘନ ଦୁର୍ଘଟଣା ଘଟୁଛି।ହେଲେ ରାସ୍ତା ନିର୍ମାଣ ନ ସରୁଣୁ ୨୦୨୩ ମସିହା ଏପ୍ରିଲ ମାସରୁ ଝାରପୋଖରିଆ ଟୋଲ ଗେଟ୍ ରେ ଟୋଲ ଆଦାୟ ଆରମ୍ଭ ହୋଇଯାଇଛି।ରାସ୍ତା ନିର୍ମାଣ ବା ମରାମତିରେ ଟୋଲ ଗେଟ୍ ପ୍ରତିଷ୍ଠା କରି ପ୍ରତିମାସରେ ପ୍ରାୟ ଦେଢ଼ କୋଟି ଟଙ୍କା ଲାଭ କରୁଛି ଅଣ ଓଡ଼ିଆ ଠିକା ସଂସ୍ଥା।ଏହି ଅର୍ଥ ରାସ୍ତାର ଉନ୍ନତି ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟବହାର ହେବାକଥା।ହେଲେ ଏଠାରେ ସେମିତି କିଛି ହେଉନାହିଁ।ଏହି ଅବ୍ୟବସ୍ଥା ଓ ଠିକା ସଂସ୍ଥାର ଜୁଲୁମ୍ ବିରୋଧରେ ଓଡ଼ିଶା ହାଇକୋର୍ଟ ରେ ଏକ ଜନସ୍ବାର୍ଥ ମାମଲା(ପି ଆଇ ଏଲ୍) ଦାୟର କରାଯାଇଛି।ଯେଉଁଥିରେ ଏହି ରାସ୍ତାର ମରାମତି ଓ ପୁନନିର୍ମାଣ ପାଇଁ ଦାବି କରାଯାଉଛି।ରାସ୍ତା ସମ୍ପୁର୍ଣ୍ଣ ମରାମତି ଏବଂ ସୁରକ୍ଷିତ ଓ ଯାତାୟାତ ଯୋଗ୍ୟ ନ ହେବା ପର୍ଯ୍ୟନ୍ତ ଟୋଲ ଆଦାୟ ବନ୍ଦ କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି। ଏ ନେଇ ସୁପ୍ରିମକୋର୍ଟରେ ମଧ୍ୟ ଏକ ଜନ ସ୍ବାର୍ଥ ମାମଲା ଦାୟର କରାଯାଇଛି,ଯେଉଁଥିରେ ଠିକା ସଂସ୍ଥାର ଟୋଲ ଆଦାୟ ଉପରେ ରୋକ୍ ଲଗାଇବା ସହ ରାସ୍ତାର ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି।ଏନେଇ ଜେ ଏମ ଏମ ଜିଲ୍ଲା ସଭାପତି କୃଷ୍ଣ ଦାସ କହିଛନ୍ତି, ଯେ ଲୋକଙ୍କ ଠାରୁ ଜୁଲୁମ୍ କରି ଟଙ୍କା ନିଆଯାଉଛି,ହେଲେ ସେମାନଙ୍କ ସୁରକ୍ଷାକୁ ଅଣଦେଖା କରାଯାଉଛି।ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ଆମେ ୪୯ ନମ୍ୱର ଜାତୀୟ ରାଜପଥ ବନ୍ଦ କରିଦେବୁ।ସେହିପରି ଏନ ଏଚ ଏ ଆଇ ପିଡି ଜେପି ବର୍ମା କହିଛନ୍ତି ଯେ ଏହି ୧୨୩ କିମି ରାସ୍ତାର କାମର ଟେଣ୍ଡର ପ୍ରଥମେ ଏଲ ଆଣ୍ଡ ଟି କମ୍ପାନୀ ନେଇଥିଲା।ଠିକ୍ ସମୟ ରେ କାମ ନ ସରିବାରୁ ଉକ୍ତ କମ୍ପାନୀ ଠାରୁ ଏହି କାର୍ଯ୍ୟ କୁ ଅପସାରଣ କରାଯାଇ ଦିଲ୍ଲୀର କେ ଆର ପି ନାମକ ଏକ ସଂସ୍ଥାକୁ ହସ୍ତାନ୍ତର ହୋଇଛି। ଉକ୍ତ କମ୍ପାନୀକୁ କାମ ଶେଷ କରିବାକୁ କୁହାଯାଇଛି, ବର୍ଷା ଦିନ ପୂର୍ବରୁ କାମ ଶେଷ ହେବାକୁ ଉକ୍ତ ସଂସ୍ଥା ଲିଖିତ ଭାବେ ଦେଇଛି ବୋଲି ସେ କହିଛନ୍ତି ।
