କୁମ୍ଭାରମୁଣ୍ଡା (ସତ୍ୟବ୍ରତ ସେଠୀ ) :- ୧୦/୬ ବାଙ୍ଗିରିପୋଷିରୁ ଗୋରୁମହିଷାଣୀ କୁ ରେଳ ସଂଯୋଗ ପାଇଁ ନୂତନ ରେଳ ଲାଇନ ନିର୍ମାଣ ହେବ। ଏଥିପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ବରାନ୍ବିତ ହେବାକୁ ଯାଉଅଛି। ହେଲେ ନୂତନ ରେଳ ଲାଇନ କୁ ବିରୋଧ କରିଛନ୍ତି ବାଙ୍ଗିରିପୋଷି ବ୍ଲକ ବ୍ରାହ୍ମଣ ଗାଁ ର ଗ୍ରାମବାସୀ। ନୂତନ ରେଳ ଲାଇନ ନିର୍ମାଣ ହେଲେ ଶହ ଶହ ଘର ଭାଙ୍ଗିବ,ଚାଷ ଜମି ଉଜୁଡିବ। ତେଣୁ ଜମି ଗଲେ ସେମାନେ କେମିତି ଚଳିବେ ବୋଲି ପ୍ରଶ୍ନକରି ଏହି ପ୍ରକଳ୍ପକୁ ସମୂହ ବିରୋଧ କରିଛନ୍ତି। ଅଧିକାଂଶ ଗ୍ରାମବାସୀ ଜଙ୍ଗଲ ଜମିରେ ଚଳୁଥିବା ବେଳେ ଏହାଉପରେ ରେଳ ଲାଇନ ଗଲେ ସେମାନେ କ୍ଷତି ପୂରଣ ପାଇବେ ନାହିଁ। ଏଣୁ ସୋମବାର ଦିନ ରେଳବିଭା ତରଫରୁ ଜମି ଅଧିଗ୍ରହଣ ପାଇଁ ହେବାକୁ ଥିବା ପଲ୍ଲୀସଭା ବର୍ଜନ କରିଛନ୍ତି ଗ୍ରାମବାସୀ। ଏଥିସହିତ ନୂତନ ରେଳ ଲାଇନ ପରିବର୍ତ୍ତେ ଭଞରାଜାଙ୍କ ଅମଳରୁ ବାଙ୍ଗିରିପୋଷି – ତାଳବନ୍ଧ ପ୍ରଜନ୍ତ ରେଳ ଗଡୁ ଥିବା ପୁରୁଣା ଲାଇନ କୁ ବେବହାର କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମବାସୀଙ୍କ କହିବା କଥା ଆମେ ରେଳ ସଂଯୋଗକୁ ବିରୋଧ କରୁନାହୁଁ। ମାତ୍ର ନୂତନ ରେଳ ଲାଇନ ବଦଳରେ ପୁର୍ବରୁ ଥିବା ରେଳ ଲାଇନ ରେ ଟ୍ରେନ ଚଳାଚଳ ସ୍ଵାଭାବିକ କଲେ ଆମ ଜିବନ ଜିବିକା ବଞ୍ଚି ଯାଇଥାଆନ୍ତା । ସ୍ଥାନୀୟ ସରପଞ୍ଚ ପ୍ରଦିପ କୁମାର ସୋରେନ ବି ସମାନ କଥା ଦୋହରାଇଛନ୍ତି। ଏନେଇ ସରପଞ୍ଚ, ସମସ୍ତ ୱାର୍ଡ଼ ସଭ୍ୟ ଓ ମାଝି ହାଡାମଙ୍କୁ ନେଇ ପଞ୍ଚାୟତରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। କୈାଣସି ପରିସ୍ଥିତି ରେ ନୂତନ ରେଳ ଲାଇନ କୁ ଗ୍ରାମବାସୀ ସମର୍ଥନ କରିବେନାହିଁ ବୋଲି କହିଛନ୍ତି ସରପଞ୍ଚ ପ୍ରଦିପ କୁମାର। ଏଥିସହିତ ତହସିଲଦାର ରଘୁନାଥ ଟୁଡୁ, ବିଡ଼ିଓ ଶିବଶଙ୍କର ମୁର୍ମୁ, ଉପଜିଲ୍ଲାପାଳ ଦୟାନିଧି ପରିଡ଼ାଙ୍କୁ ଭେଟି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ସରକାର ଏହି ଦାବି ଉପରେ ବିଚାର କରିବାକୁ ସରପଞ୍ଚ ପ୍ରଦିପ କୁମାର ସୋରେନ, ୱାର୍ଡ଼ ସଭ୍ୟା ଭାରତୀ ପାତ୍ର, ଗୋଲାପି ସୋରେନ,ଦାନଗି ମାରାଣ୍ଡି, ମାଳତୀ ବେସ୍ରା, ସୁନିଆ ମୁର୍ମୁ, କାର୍ତ୍ତିକ ଚନ୍ଦ୍ର ଦିଗାର, କବିତା ପୂର୍ତ୍ତି, ଲକ୍ଷ୍ମୀ ହେମ୍ବ୍ରମ,ଫୁଲମଣୀ ହାଁସଦା, ରବିନ୍ଦ୍ରନାଥ ମାରାଣ୍ଡି, ସଂଗ୍ରାମ ମାରାଣ୍ଡି,ଦାସରଥି ମୁର୍ମୁ,ରାମ ହେମ୍ବ୍ରମ,ରାଜୁ ମାରାଣ୍ଡି ସମିତି ସଭ୍ୟ ସୁନି ଗାଗରାଏ ଓ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି।
