ନିହାଲପ୍ରସାଦ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଏସ୍ପି ଅଫିସରେ ଧାରଣା ଦେଇଛନ୍ତି ସାମ୍ବାଦିକ । (ଭଞ୍ଜଦୂତ ଖବର ବିରଞ୍ଚି ନାରାୟଣସାହୁ ) ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ନିହଲପ୍ରସାଦ ଥାନା ଅନ୍ତର୍ଗତ କଳାମୁଗୁନି ପଥର ଖଣିରେ ବ୍ଲାଷ୍ଟିଂ ଘଟଣାର ସୂଚନା ମାଗିବାରୁ ଥାନା ଅଧିକାରୀ ଧିରେନ ସ୍ୱାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ।ଏହି ଅଭିଯୋଗ ଉପରେ ଗତକାଲି ଜିଲ୍ଲା ସାମ୍ବାଦିକ ସଂଘ ଏସପିଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିଲା । ଘଟଣାରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆଜି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟରେ ଧାରଣା ଦିଆଯାଇଛି lଏହି ପୋଲିସ ଅଧିକାରି ଜଣକ ବିଭିନ୍ନ ସମୟରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି l ଏହି ପୋଲିସ ଅଧିକାରୀକୁ କିଏ ଘଣ୍ଟ ଘୋଡାଉଛି ଯାହା ଫଳରେ ସେ ପୋଲିସ ଅଫିସର ଦିନକୁ ଦିନ ବ୍ୟବହାର ଖରାପ ଦେଖାଉଛି l ଏହି ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଢେଙ୍କାନାଳ ସାମ୍ବାଦିକ ସଙ୍ଘ ରାଜରାସ୍ତାକୁ ଉହ୍ଲାଇବା ପାଇଁ ଚେତାବନୀ ଦେଇଛି l ଢେଙ୍କାନାଳ ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ ପ୍ରସନ୍ନପଟ୍ଟନାୟକ, (ସଭାପତି, ଜିଲ୍ଲା ସାମ୍ବାଦିକ ସଂଘ)
ସତ୍ୟସ୍ୱରୂପ ଦାସ,(ସମ୍ପାଦକ, ଜିଲ୍ଲା ସାମ୍ବାଦିକ ସଂଘ)
ଅମ୍ବିକା ପଟ୍ଟନାୟକ, (ବରିଷ୍ଠ ସାମ୍ବାଦିକ)
ଅଥୟ କୁମାର ସାହୁ, (ବରିଷ୍ଠ ସାମ୍ବାଦିକ), ରୋଜାଲିନି ଶତପଥୀ, ପୁଷ୍ପଲତା ସାମଲଙ୍କ ନେତୃତ୍ୱ ଦ୍ୱାରା ପ୍ରତିବାଦ ସଭାଟି ସଫଳ ହୋଇଛି l
