(ଭୁବନେଶ୍ବର)୧୦/୦୬/୨୦୨୬ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସେବା,ସମର୍ପଣ,ବିକାଶ ଓ ଜନକଲ୍ୟାଣ ପ୍ରତି ସମର୍ପିତ ଗୌରବମୟ ଯାତ୍ରାର ସଫଳତାସର୍ବାଧିକ ସମୟ 4,399 ଦିନ ଧରି ନିରନ୍ତର ଭାବେ ଦେଶର ପ୍ରଧାନ ସେବକ ଭାବେ ସେବା କରିବାର ବିରଳ ଗୌରବ ଅର୍ଜନ କରିଛନ୍ତି l ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ତରଫରୁ ଦେଶର ପ୍ରଧାନ ସେବକ ମାନ୍ୟବର ନରେନ୍ଦ୍ର ମୋଦିଜୀଙ୍କ ଦୀର୍ଘ, ନିରାମୟ ଜୀବନ ଓ ପ୍ରଧାନ ସେବକ ଭାବେ କାର୍ଯ୍ୟ ତୁଲେଇବାର କାମନା କରି ପ୍ରଭୂ ଲିଙ୍ଗରାଜ ଏବଂ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଇବିହାର, ନୀଳକଣ୍ଠେଶ୍ଵର ମନ୍ଦିର ନିକଟରେ ପୂଜା ଅର୍ଚନା,ଦୀପଦାନ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଏହି ଅବସରରେ ରାଜ୍ୟ ର ଯଶସ୍ବୀ ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ, ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢ଼ାଲି,ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ମଧ୍ୟ ଭୁବନେଶ୍ୱରର ନେତା ଶ୍ରୀ ଜଗନ୍ନାଥ ପ୍ରଧାନ,ଜିଲ୍ଲା ନେତୃତ୍ୱ ଏବଂ ବିଭିନ୍ନ ମଣ୍ଡଳ ର ଦେବ ଦୁର୍ଲଭ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ l( ରିପୋର୍ଟ୍) ଜୀବନ ଜ୍ୟୋତି ରଣା ଭୁବନେଶ୍ୱର
