ସାମ୍ବାଦିକଙ୍କ ମାତୃ ବିୟୋଗ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):::: ସୋର ଅଞ୍ଚଳର ଜଣାଶୁଣା ସାମ୍ବାଦିକ ତଥା ଅପରାହ୍ନ ଖବର କାଗଜ ର ପ୍ରତିନିଧି ଅଞ୍ଜନ ଦାସ ଙ୍କ ମାତୃଦେବୀ ସାବିତ୍ରୀ ଦାସ ଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୬୮ବର୍ଷ ହୋଇଥିଲା।
ସୂଚନାଯୋଗ୍ୟ ଯେ, ସେ ଗତ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ। ଗତକାଲି ସୋର କମରପୁର ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁଅ ଅଞ୍ଜନ ଦାସ, ପୁତ୍ର ବଧୂ, ଝିଅ ଜ୍ୱାଇଁ ପରିବାରବର୍ଗ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ଗ୍ରାମ ରେଓଦା ଶଷ୍ମାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏକମାତ୍ର ପୁତ୍ର ଅଞ୍ଜନ ଦାସ ମୁଖାଗ୍ନି ଦେଇଥିବା ବେଳେ ବହୁ ସଂଖ୍ୟାରେ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ସାମ୍ବାଦିକ ବନ୍ଧୁମାନେ ଶେଷ ଦର୍ଶନ କରିବା ସହ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ। ଏହି ଦୁଃଖଦ ସମୟରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା ଏବଂ ପ୍ରେସ୍ କ୍ଲବ୍ର ସଦସ୍ୟମାନେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।
