ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ପୋଲସରା -ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର ଗ୍ରୀଷ୍ମ କାଳୀନ ଆଚାର୍ଯ୍ୟ /ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ଭବନ ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଶିବିର ୦୮/୦୬/୨୬ଠାରୁ ୧୨/୦୬/୧୬ପର୍ଯ୍ୟନ୍ତ ଅନୁଷ୍ଠିତ ହେଵବୋଲି ସଂସ୍ଥାନ ର ପ୍ରାଣପ୍ରତିଷ୍ଠାତା ଶ୍ରୀମହନ୍ତ କମଳାକାନ୍ତ ଦାଶ ମହାରାଜ କହିଛନ୍ତି। ଶିଶୁ ମାନଙ୍କର ବୌଦ୍ଧିକ ଏବଂ ମାନସିକ କ୍ଷେତ୍ରରେ କିପରି ଅଭିବୃଦ୍ଧି ଘଟିବା ସହିତ ଭାରତୀୟ ସଂସ୍କୃତି କିପରି ପ୍ରଚାରପ୍ରସାର ହୋଇପାରିବ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସଂସ୍ଥାନ କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଶୋଇ ମତବ୍ୟକ୍ତ କରିଥିଲେ। ରାଜ୍ୟ ର ବିଭିନ୍ନ ପ୍ରାନ୍ତ ରୁ ପ୍ରାୟ ୨୦୦ରୁ ଉର୍ଦ୍ଧ ଶିବିରା ର୍ଥୀ ଏହି ପ୍ରଶିକ୍ଷଣ ରେ ଅଂଶ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ର ସମ୍ପାଦକ ଅଗସ୍ତି ବରାଡ଼ ବରଗଧିକାର ଦାୟିତ୍ୱ ରେ ଥିବା ବେଳେ ପ୍ରଧାନଚାର୍ଯ୍ୟ ପ୍ରସାଦ ହର ଆଚାର୍ଯ୍ୟ ବ୍ୟବସ୍ଥା ପ୍ରମୁଖ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିବେ। ସଂସ୍ଥାନ ପରୀକ୍ଷା ପ୍ରମୁଖ ସୁଶ୍ରୀ ଉଷାରାଣୀ ତ୍ରିପାଠୀ, ଶାରୀରିକ ପ୍ରମୁଖ ମୃତ୍ୟଞ୍ଜୟ ବିଶୋଇ, ପ୍ରାର୍ଥନା ପ୍ରମୁଖ ହୃଷିକେଶ ପାହାଡି ପ୍ରମୁଖ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଛନ୍ତି।
