ଆମ ଆଦମୀ ପାର୍ଟି ବିଧାୟକ ପ୍ରାର୍ଥୀ ନୀଳକଣ୍ଠ ରେଡ୍ଡୀ ଙ୍କ ପିତା ଙ୍କ ଦେହାନ୍ତ।
ଗୋପାଳପୁର -ଗୋପାଳପୁର ନିର୍ବାଚନ ମଣ୍ଡଳୀର ଆମ ଆଦମୀ ପାର୍ଟି ବିଧାୟକ ପ୍ରାର୍ଥୀ ନୀଳକଣ୍ଠ ରେଡ୍ଡୀ ଙ୍କ ପିତା ପି କାମା ରେଡ୍ଡୀ ଙ୍କ ୬୧ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ରାଜ୍ୟ ସରକାର ଙ୍କ ରାଜ୍ୟ ଅତିଥି ଭବନରେ ମଶାଲିଚି ବିଭାଗରେ କାର୍ଯ୍ୟ କରି କିଛି ଦିନ ତଳେ ଅବସର ଗ୍ରହଣ କରିଥିଲେ। ରଙ୍ଗେଈଲୁଣ୍ଡା ବାସଭବନ ରେ ମଧ୍ୟାହ୍ନ ଭୋଜନ ସମୟରେ ସେ ଛାତି ରେ ଯନ୍ତ୍ରଣା ଅନୁଭବ କରିଥିଲେ। କିଛି ସମୟ ପରେ ସେ ହୃଦଘାତ ରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଜଣେ ମିଷ୍ଟଭାଷୀ, ଜର୍ତ୍ତବ୍ୟନିଷ୍ଠ, ଧାର୍ମିକ ଏବଂ ପରପୋଜାରୀ ବ୍ୟକ୍ତି ବିଶେଷ ଥିଲେ। ତାଙ୍କର ଏହି ଅକାଳ ମୃତ୍ୟୁ ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଥିବା ବେଳେ ତାଙ୍କର ଅମର ଆତ୍ମା ର ସଦଗତି ପ୍ରାର୍ଥନା କରିଥିଲେ। ପି କାମା ରେଡ୍ଡୀ ଙ୍କ ମୃତ ଶରୀରକୁ ରଙ୍ଗେଈଲୁଣ୍ଡା ଠାରୁ ଭୁବନେଶ୍ୱର ବାସଭବନ ଏବଂ ସେଠାରୁ ପୁରୀ ସ୍ବର୍ଗଦ୍ୱାର କୁ ନିଆଯାଇ ଶେଷକୃତ ସମାପନ କରାଯାଇଥିଲା।
