*ଖଇରା ଗ୍ରାମୀଣ ଉଦ୍ୟାନ ଏବେ ଜଙ୍ଗଲ: ସରକାରୀ ଅର୍ଥ ହରିଲୁଟ୍ ଅଭିଯୋଗ, ତଦନ୍ତ ଦାବି କଲେ ସ୍ଥାନୀୟ ବାସିନ୍ଦା*
ନୂଆପଡ଼ା (ମିଖାଏଲ ନନ୍ଦ):
ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିଛି। ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଖଇରା ଗ୍ରାମ ପଞ୍ଚାୟତରେ ନିର୍ମିତ ଗ୍ରାମୀଣ ଉଦ୍ୟାନ ଦୀର୍ଘ ବର୍ଷ ଧରି ବନ୍ଦ ହୋଇ ପଡ଼ି ରହିଛି। ବିଜେଡି ସରକାରଙ୍କ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ପ୍ରାୟ ୬ ଲକ୍ଷ ଟଙ୍କା ବ୍ୟୟରେ ଏହି ପାର୍କ ନିର୍ମାଣ କରାଯାଇଥିଲା। ହେଲେ ଏହା ସାଧାରଣ ଲୋକଙ୍କ କାମରେ ଆସିବା ବଦଳରେ ଏବେ ସଂପୂର୍ଣ୍ଣ ଅବହେଳିତ ଅବସ୍ଥାରେ ରହିଛି।ଅନାବାଦୀ ଜଙ୍ଗଲ ପାଲଟିଛି ପାର୍କଉଦ୍ୟାନଟି ବର୍ତ୍ତମାନ ଘାସ ଓ ଅଗାଛାରେ ପୂରି ଯାଇଛି। ଗ୍ରାମାଞ୍ଚଳର ଲୋକଙ୍କ ମନୋରଞ୍ଜନ ଏବଂ ସାମାଜିକ ବିକାଶ ପାଇଁ ଏହାକୁ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ନିର୍ମାଣର କିଛି ଦିନ ଚାଲିବା ପରେ କୌଣସି ଅଜଣା କାରଣରୁ ଏହାକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଗଲା। ପାର୍କ ଭିତରେ ଥିବା ସାମଗ୍ରୀ ସବୁ ନଷ୍ଟ ହେବାକୁ ବସିଲାଣି।ତଦନ୍ତ ଦାବି କଲେ ସ୍ଥାନୀୟ ଲୋକେ ଏହି ପ୍ରକଳ୍ପ ଲୋକଙ୍କ ବ୍ୟବହାରରେ ଆସୁ ନଥିବାରୁ ସ୍ଥାନୀୟ ବାସିନ୍ଦା ଗଖଇରା ଗ୍ରାମୀଣ ଉଦ୍ୟାନ ଏବେ ଜଙ୍ଗଲ: ସରକାରୀ ଅର୍ଥ ହରିଲୁଟ୍ ଅଭିଯୋଗ, ତଦନ୍ତ ଦାବି କଲେ ସ୍ଥାନୀୟ ବାସିନ୍ଦା*ଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗରିବ ଲୋକଙ୍କ ଟିକସ ପଇସାରେ ନିର୍ମିତ ଏହି ପାର୍କ କେଉଁ ସମସ୍ୟା ପାଇଁ ବନ୍ଦ ରହିଛି ତାହା ଜିଲ୍ଲା ପ୍ରଶାସନ ତଦନ୍ତ କରୁ ବୋଲି ଦାବି ଉଠିଛି। ଏତେ ବଡ଼ ସରକାରୀ ପ୍ରକଳ୍ପ କେମିତି ଧୂଳିସାତ ହୋଇଗଲା ତାହାର ପ୍ରକୃତ କାରଣ ସାମ୍ନାକୁ ଆସିବା ଦରକାର ବୋଲି ଗ୍ରାମବାସୀ କହିଛନ୍ତି।ଖଇରା ପଞ୍ଚାୟତର ଏହି ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି।
