ସମ୍ବଲପୁର ନାକଟିଦେଉଳ(ଭଂଜଦୂତ )୮/୬ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ପାଣିମୁରା ପଂଚାୟତ ସଭାଗୃହ ଠାରେ ସୋମବାର ଦିନ ବ୍ଲକ ପ୍ରଶାସନ ତରଫରୁ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି /ଏଥିରେ ବାର୍ଦ୍ଧକ୍ୟ ଭତା, ଜମି ପଟ୍ଟା, ରାସନ କାର୍ଡ, ପାନୀୟ ଜଳ, ରାସ୍ତା ସଂଯୋଗୀ,ଆବାସ ଗୃହ,ସମସ୍ୟା ସମ୍ପର୍କ ରେ ଅଭିଯୋଗ ହୋଇଥିଲା /ଶିବିରରେ ୫୭ଅଭିଯୋଗ ପଞ୍ଜିକୃତ ହୋଇଥିଲା /ସେଥିରୁ ୪୧ଟି ବ୍ୟକ୍ତି ଗତ, ଓ ୧୬ଟି ଗୋଷ୍ଠୀ ଗତ ଅଭିଯୋଗ ଦାଖଲ ହେଇଥିଲା /୨ଟି ଅଭିଯୋଗ ର ସମାଧାନ କରାଯାଇଥିଲା /ଶିବିରରେ ନାକଟିଦେଉଳ ବିଡ଼ିଓ ଆକାଶ ରଞ୍ଜନ ସାହୁ, ଏବିଡ଼ିଓ ବିଦ୍ୟାଧର ରାଉତରାୟ, ଅତିରିକ୍ତ ତହସିଲଦାର ଓମ ପ୍ରକାଶ ବେହେରା, କିସିଣ୍ଡା ଥାନାଧିକାରୀ ରାକେଶ କୁମାର ବେହେରା, ନାକଟିଦେଉଳ ଥାନାଧିକାରୀ ଅମୁନସେନ କିରେ, ପାଣିମୁରା ସରପଞ୍ଚ ଜଗନ୍ନାଥ ସାହୁ, ବ୍ଲକ ର ସମସ୍ତ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ /ଗ୍ରାମ ପଂଚାୟତ ର ସମସ୍ତ ଜନସାଧାରଣ ଉପସ୍ଥିତ ରହିଥିଲେ /
