_କୋରାପୁଟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭର୍ଚୁଆଲ୍ ମାଧ୍ୟମରେ ୧୨ଟି ଜିଏମଏପିଭି ବିଦ୍ୟାଳୟର ନୂତନ ଭବନ ଶିଳାନ୍ୟାସ_
Add title
_କୋରାପୁଟ, ୦୭.୦୬.୨୦୨୬_: କୋରାପୁଟ ଜିଲ୍ଲାର ୧୨ଟି ଚୟନିତ ଜିଏମଏପିଭି ବିଦ୍ୟାଳୟର ନୂତନ ଭବନ ନିର୍ମାଣ ପାଇଁ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ୍ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି। ତତ ସହିତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅଧ୍ୟୟନରତ ଦଶମ ଶ୍ରେଣୀ ଛାତ୍ରୀ ସହିତ କଥା ହୋଇଥିଲେ l ବଡ ହେଲେ ତୁମେ କଣ ହେବ ବୋଲି ଏବଂ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଲୟ ହେଲେ କଣ ସବୁ ସୁବିଧା ମିଳିବ ବୋଲି ପଚାରିଥିଲେ l ଲମତାପୁଟ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ମାଛକୁଣ୍ଡ ଠାରେ ଦୁଇମୁଖୀ ସମ୍ପ୍ରସାରଣର ଆୟୋଜକ ବିଦ୍ୟାଳୟ ଭାବେ ଚୟନ କରାଯାଇଥିଲା। ସେହିପରି ଜିଲ୍ଲାର ୧୨ଟି ଚୟନିତ ବିଦ୍ୟାଳୟର ସରକାରୀ ଅନଲାଇନ୍ ସଭାଗୃହରେ ଏହି କାର୍ଯ୍ୟକ୍ରମ ପ୍ରତ୍ୟକ୍ଷ ପ୍ରସାରଣ କରାଯାଇଥିଲା I କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉପସ୍ଥିତ ରହି କହିଲେ, “ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ କୋରାପୁଟ ଜିଲ୍ଲାର ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ଉନ୍ନତ ହେଉଛି। ନୂତନ ଭବନ ନିର୍ମାଣ ପରେ ଛାତ୍ରଛାତ୍ରୀମାନେ ଆଧୁନିକ ସୁବିଧା, ପ୍ରଯୁକ୍ତି ବିଦ୍ୟା ସହ ଗୁଣାତ୍ମକ ଶିକ୍ଷା ପାଇପାରିବେ।”
ଏହାବ୍ୟତୀତ କୋରାପୁଟର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ମାଛା, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଉପସ୍ଥିତ ଥିଲେ କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
