କମ୍ପ୍ୟୁଟର କ୍ଲାସ ଯାଇ ନିଖୋଜ ଦିବ୍ୟାଙ୍ଗ ନାବାଳିକା : ପୋଲିସ ର ତନାଘନା ଜାରି
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ମିଳୁନି ନିଖୋଜ ନାବାଳିକା ର ପତ୍ତା। କମ୍ପୁଟର କ୍ଳାସକୁ ଆସିଥିବା ବେଳେ ଜଣେ ଦିବ୍ୟାଙ୍ଗ ନାବାଳିକା ୧୨ ଦିନ ଧରି ନିଖୋଜ ଥିବା ବେଳେ ତାଙ୍କର କୌଣସି ଖୋଜ ଖବର ମିଳିପାରିନଥିବା ଜଣାପଡିଛି। ନିଖୋଜ ନାବଳିକା ଜଣଙ୍କ ହେଲେ ମାଣିପୁର ଗ୍ରାମର ରଶ୍ମିତା ବାରିକ (୧୭)। ରଶ୍ମିତା ଜଣେ ନାବାଳିକା ହୋଇଥିବା ବେଳେ ସେ ତଳନଗର କଲେଜରେ ପଢ଼ୁଛନ୍ତି। ଗତ ୨୫ ତାରିଖରେ ସେ ବିଜୁ ପଟ୍ଟନାୟକ କମ୍ପୁଟର ଏକାଡେମୀକୁ ଆସିଥିଲେ। ମାତ୍ର ସେଠାରୁ ଘରକୁ ଫେରିନଥିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହିତ ସୋର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ୧୨ ଦିନ ଧରି କୌଣସି ଖୋଜଖବର ମିଳିନଥିବା ବେଳେ ପୁଲିସ ପକ୍ଷରୁ କୌଣସି ସହଯୋଗ ମିଳୁନଥିବାରୁ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
