*ନୂଆପଡ଼ା ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ପରିସର ମଧ୍ୟରୁ ପରିବେଶ ସୁରକ୍ଷା ଏବଂ ନାଗରିକଙ୍କ ନୈତିକ କର୍ତ୍ତବ୍ୟ ସନ୍ଦେଶ ସଚେତନ ରଥ କୁ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଛନ୍ତି*
ନୂଆପଡା(ମିଖାଏଲ ନନ୍ଦ)
ତା:୦୫.୦୬.
ଖରିଆରରୋଡ ନିବାସୀ ସ୍ବେଛାସେବୀ ମନୋଜ କୁମାର ଡ଼ାଗା ଙ୍କ ପରିବେଶ ସଚେତନ ବାର୍ତ୍ତା ନେଇ ପରିବେଶ ସୁରକ୍ଷା ସନ୍ଦେଶ ସଚେତନ ରଥ ଶୁଭାରମ୍ଭ କରିଛନ୍ତି। ଏହି ରଥ ଶୁଭାରମ୍ଭ କରିବା ପାଇଁ ଆଜି ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଶୁଭାରମ୍ଭ କରିବା ସହ ଜିଲ୍ଲାପାଳ ଡ଼ାଗାଙ୍କ ଏହି ପ୍ରୟାସ ପାଇଁ ପ୍ରକୃତି ରକ୍ଷା କରିବ ଗଛ, ଅନ୍ୟ ସବୁ ମିଛ ମିଛ ବୋଲି ନାରା ଦେଇଥିଲେ।ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଦୁଇବଜାନ ବରିଷ୍ଠ ସାମ୍ବାଦିକ ଅଜିତ୍ କୁମାର ପଣ୍ଡା ଏବଂ ସାମ୍ବାଦିକ ତପନ ଦାଶ ମଧ୍ୟ ଯୋଗ ଦେଇଥିଲେ। ବିଭାଗୀୟ ଅଧିକାରୀଙ୍କ ସହ ସନ୍ଦେଶ ସଚେତନ ରଥ ଡାକବାଜି ଯନ୍ତ୍ର ସାହାଯ୍ୟରେ ମାଁ ଙ୍କ ପାଇଁ। ଏକ ଗଛ, ଜଳ ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନ ପାଇଁ ମନୁଷ୍ୟ ହିଁ ଦାୟୀ ଅଟେ। ଏହାର ସୁଧାର ପାଇଁ ମଧ୍ୟ ମନୁଷ୍ୟ ସଚେତନ ଦ୍ୱାରା ସଫଳ କରିବେ ବୋଲି ମତବ୍ୟକ୍ତ କରିଥିଲେ।
