ପୁରୀ ରୁ ଫେରିବା ସମୟରେ ଟ୍ରକ ଧକ୍କାରେ ଜଣେ ମୃତ ଜଣେ ଗୁରୁତର।
ସୋର/ ସିମୁଳିଆ (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ବାଇକ୍ ଯୋଗୁଁ ଜଗା ଦର୍ଶନ ସାରି ଫେରିବା ସମୟରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନ ୧୬ନଂ ଜାତୀୟ ରାଜପଥର ଭାରତ ପେଟ୍ରୋଲ ପମ୍ପ ନିକଟରେ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ସିମୁଳିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ମୃତକଙ୍କ ଘର ମୟୁରଭଞ୍ଜ ଜିଲ୍ଲା ଉଦଳାର ରାଜା ବୋଲି ଜଣାପଡ଼ିଥିବା ବେଳେ ଗୁରୁତର ଯୁବକ ହେଉଛନ୍ତି ସୂର୍ଯ୍ୟନାରାୟଣ ପୃଷ୍ଟି।ସେମାନେ ବାଇକ ଯୋଗେ ପୁରୀରୁ ଫେରୁଥିବା ବେଳେ ସିମୁଳିଆ ଭାରତ ପେଟ୍ରୋଲ ପମ୍ପ ନିକଟରେ ସମ୍ନାରୁ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ଚଢ଼ି ଯାଇଥିଲା।ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା ଅନ୍ୟ ଜଣେ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଛି।ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
