Slug- ଜାତୀୟ କଂଗ୍ରେସର ବି ଏଲ ଏ ୧ ଓ ବି ଏଲ ଏ ୨ ଏବଂ ଏସ ଆଇ ଆର ଉପରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ।
Anchor – ମାଲକାନଗିରି ଜିଲ୍ଲାର ଜାତୀୟ କଂଗ୍ରେସ ଭବନ ଠାରେ ଆଜି ବି ଏଲ ଏ ୧ ଓ ବି ଏଲ ଏ ୨ ଏବଂ ଏସ ଆଇ ଆର ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ମାଲକାନଗିରି ଜିଲ୍ଲାର କଂଗ୍ରେସ ଦଳର ପ୍ରେସିଡେଣ୍ଟ ଶ୍ରୀ ଜି ଶ୍ରୀନିବାସ ରାଓ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା କଂଗ୍ରେସ ଦଳର ସେକ୍ରେଟାରୀ ଏ ଆଇ ସି ସି ଇନ୍ ଚାର୍ଜ ଶ୍ରୀଯୁକ୍ତ ଜେଟ୍ଟି କୁସୁମ କୁମାର , ପୂର୍ବତନ ପି ସି ସି ଭାଇସ ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ମନୋରଞ୍ଜନ ତ୍ରିପାଠୀ, ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲ, ଏବଂ କୃଷ୍ଣ କୁଲଦୀପଙ୍କ ସହ କଂଗ୍ରେସ ଦଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହି ସମୀକ୍ଷା ବୈଠକ ଅବସରରେ ସେକ୍ରେଟାରୀ ଏ ଆଇ ସି ସି ଇନ୍ ଚାର୍ଜ ଶ୍ରୀଯୁକ୍ତ ଜେଟ୍ଟି କୁସୁମ କୁମାର ତାଙ୍କ ଅଭିଭାଷଣ ଆଳରେ ବର୍ତ୍ତମାନର ଭାରତୀୟ ବିଜେପି ସରକାରକୁ ଆକ୍ଷେପ କରି କହିଥିଲେ ଯେ ଏହି ସରକାର ଜନସାଧାରଣଙ୍କୁ କୌଣସି ସୂଯୋଗ ସୁବିଧା ଯୋଗାଇ ଦେବା ବଦଳରେ ସବୁବେଳେ ଲାଇନରେ ଠିଆ କରାଇ ଦେବାରେ ବ୍ୟସ୍ତ ରହୁଛନ୍ତି।ସେ ଆହୁରି କହିଥିଲେ ଯେ ଆଜିର ଏହି କାର୍ଯ୍ୟକ୍ରମରେ ତାଙ୍କର ଆସିବାର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ତୃଣମୂଳ ସ୍ତରରେ କଂଗ୍ରେସ ଦଳକୁ ଆହୁରି ସୁଦୃଢ଼ କରିବା। ଏହାଛଡ଼ା କଂଗ୍ରେସ ଦଳର କର୍ମୀ ମାନେ କିପରି ତୃଣମୂଳ ସ୍ତରରେ କାର୍ଯ୍ୟ କରି ଦଳକୁ ଆଗେଇ ନେବେ, ତାହାର ମୂଳମନ୍ତ୍ର ଶ୍ରୀଯୁକ୍ତ ଜେଟ୍ଟି କୁସୁମ କୁମାର ପ୍ରଦାନ କରିଥିଲେ। ଏହାପରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲ ବର୍ତ୍ତମାନର ଡବଲ ଇଞ୍ଜିନ ସରକାରରେ କୃଷକ ମାନେ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଏହା ଭାରତୀୟ ଜନତା ପାର୍ଟି ପାଇଁ ହେଉଛି ବୋଲି ସେ ସରକାରକୁ ଟାର୍ଗେଟ କରି କହିଥିଲେ। ଠିକ୍ ସେହିପରି ମାଲକାନଗିରି ଜିଲ୍ଲା କଂଗ୍ରେସର ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ଜି ଶ୍ରୀନିବାସ ରାଓ ମଧ୍ୟ ବର୍ତ୍ତମାନର ଭାରତୀୟ ଜନତା ପାର୍ଟିର ସରକାରକୁ ଟାର୍ଗେଟ କରିବାକୁ ପଛେଇ ନଥିଲେ।ସେ ଆହୁରି ମଧ୍ୟ କହିଥିଲେ ଯେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳ ନିଶ୍ଚିତ ଭାବରେ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର କୋଣ ଅନୁକୋଣରୁ ଶହ ଶହ ଲୋକ ଯୋଗ ଦେଇଥିଲେ ଏବଂ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ମାଲକାନଗିରିରୁ ସୁକୁମାର ମଣ୍ଡଳଙ୍କ ରିପୋର୍ଟ ଭଞ୍ଜଦୂତ ଖବର।
