*ଜନାଦୃତ ଶିକ୍ଷକ ଶୁକଦେବ ପାତ୍ର ଙ୍କ ପରଲୋକ*
ଗୋଳନ୍ଥରା,-(ଶ୍ରୀବତ୍ସ ସାହୁ )ରଙ୍ଗେଇ ଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ମହାସାୟୀପେଣ୍ଠ ଗ୍ରାମର ବରିଷ୍ଠ ଶିକ୍ଷକ ଶୁକଦେବ ପାତ୍ରଙ୍କ ନିଜ ବାସଭବନରେ ପରଲୋକ ଗତି ପ୍ରାପ୍ତ ଘଟିଛି । ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୮୫ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ସମ୍ବାଦ ସମଗ୍ର ଅଞ୍ଚଳରେ ଦୁଃଖର ଛାୟା ଖେଳାଇ ଦେଇଛି । ଶୁକଦେବ ପାତ୍ର ସାର୍ ଶୁକଦେବ ମାଷ୍ଟ୍ରେ ନାମରେରେ ବେଶ୍ ଜଣାଶୁଣା ଥିଲେ । ସ୍ବର୍ଗତ ମାଷ୍ଟ୍ରେ ଜଣେ ଜଣେ ଆଦର୍ଶ ଛାତ୍ର ବତ୍ସଳ ତଥା ମିଷ୍ଠ ଭାଷୀ ବ୍ୟକ୍ତି ସାଙ୍ଗକୁ ଏକ ଆଧ୍ୟାତ୍ମ୍ୟ ବାଦୀ ପୁରୁଷ ଥିଲେ ।ସେ ମହିମା ଧର୍ମର ଦୀକ୍ଷିତ ହୋଇ ମହିମା ଦର୍ଷନକୁ ପାଥେୟ କରି ଜୀବନ ନିର୍ବାହ କରୁଥିଲେ ।ଜଣେ ଆଦର୍ଶ ବ୍ୟକ୍ତି ହୋଇଥିବାରୁ ଆରୁଆକୂଳ ତାଲୁକାର ସଭାପତି ସମେତ ମହିମା ଧର୍ମ ଦକ୍ଷିଣାଞ୍ଚଳ ଭକ୍ତ ପରିଷଦର ସଭାପତି ଭାବରେ ଦୀର୍ଘ ୨୫ ବର୍ଷ ଧରି ଦାୟିତ୍ଵ ତୁଲାଇ ଆସୁଥିଲେ ।ପରନ୍ତୁ ବିଧିର ନିର୍ଦ୍ଦେଶରେ ଆଜି ବ୍ରହ୍ମ ମୂହୁର୍ତ୍ତ ପ୍ରାତଃ ୩ଘଣ୍ଟା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି ।ତାଙ୍କ ମୃତ୍ୟୁ ଖବର ଶୁଣି ଦକ୍ଷିଣାଞ୍ଚଳର ଶତାଧିକ ମହିମା ଆଶ୍ରିତ ଭକ୍ତ ଓ ସାଧୁ ସନ୍ଥଙ୍କର ସମାଗମ ଘଟିଥିଲା । ଶେଷ କୃତ୍ୟ ଦର୍ଶନ ସାରି ତାଙ୍କୁ ମହିମା ଧର୍ମର ବିଧି ଅନୁସାରେ ବକ୍ଲମ୍ବର ବ୍ରହ୍ମାନନ୍ଦ ବାବା ଦେବେନ୍ଦ୍ର ଦାସ ଦାସ ଭକ୍ତ ହିନମଣି ବେହେରା ଅଭିମନ୍ୟୁ ବେହେରା ସମେତ ବହୁ ଦୂରଦୂରାନ୍ତ ରୁ ଆସିଥିବା ଶତାଧିକ ଭକ୍ତ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ତାଙ୍କୁ ସମାଧି ଦିଆଯାଇଥିଲା ।
