ମଦ ମୁକ୍ତ ଅଭିଯାନ ନିମନ୍ତେ ଏବେ ଗ୍ରାମେ ଗ୍ରାମେ ମହିଳା ଏବଂ ଯୁବଗୁଷ୍ଟି ଅଣ୍ଟା ଭିଡ଼ିଛନ୍ତି
(ନିପ୍ର ଗୋକୁଳାନନ୍ଦ ବେହେରା)କଥାରେ ଅଛି ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ!ମଦ ମୃତ୍ୟୁ ମୁଖକୁ ଠେଲିଦିଏ!ମଦ ଦରିଦ୍ର କରିଦିଏ! ମଦ ଜାନି ଯାତ୍ରାକୁ ବିଶୃଙ୍ଖଳିତ କରେ!ମଦ ସଂସାର ଅଜାଡି ଦିଏ!ମଦ ଦୁର୍ଘଟଣା ଘଟାଏ ରାସ୍ତାରେ ଜୀବନ ମଧ୍ୟ ନିଏ!ମଦ ସ୍ୱାମୀ ଠାରୁ ସ୍ତ୍ରୀ କୁ ଅଲଗା କରେ!ମଦ ପରିବାରରେ ମନାନ୍ତର ସୃଷ୍ଟି କରେ!ମଦ ବାପା ଠାରୁ ପୁଅକୁ ଝିଅକୁ ସମସ୍ତଙ୍କୁ ଦୁରେଇ ଦିଏ!ତେଣୁ ମଦ ସେବନ କରୁଥିବା ମଦ୍ୟପଙ୍କ ପାଇଁ ଆଜି ଦୁନିଆରେ ବଳାତ୍କାର ନିହତ ଦୁର୍ଘଟଣା ଆହତ ସବୁକିଛି ଘଟୁଛି!ମଦ୍ୟପ ଵ୍ୟକ୍ତି ଚାଳ ଛପର ଛଣ ଛାଣି ତଳେ ମୁଣ୍ଡ ଗେଂଜୁଥିବା ବେଳେ ମଦ ବିକୁଥିବା ଵ୍ୟକ୍ତି ରାଜ ଊଆସ ରାଜମହଲ ରେ ବସବାସ କରେ!କିନ୍ତୁ ଜଣେ ମଦ୍ୟପ ବ୍ୟକ୍ତି ମଦ୍ୟପାନ କରି ତାର ସଂସାର ଊଜାଡିବା ସହିତ ତା ପିଲା ଛୁଆଙ୍କ ଭବିଷ୍ୟତ ନଷ୍ଟ କରିଦେଇଥାଏ! ଘରେ ଖାଦ୍ୟ ଥାଏ ନା ବାସଗୃହ ଥାଏ ନା ଆସବାବପତ୍ର ଥାଏ!ଯାହା ବି ଘରେ ଥାଏ ସେ ମଦ ପିଇବା ପାଇଁ ତାକୁ ନେଇ ବନ୍ଧା ଛନ୍ଦା ପକେଇ ବିକ୍ରିକରି ମଦ ସେବନ କରେ! ଗ୍ରାମରେ ମଦ୍ୟପଙ୍କୁ ମଦ ନ ପିଇ ଭଲ ମଣିଷ ହୋଇ ସୁସ୍ଥ ରହିବାକୁ ମଦ ବିକ୍ରି ନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମାଣିକମରା ପଞ୍ଚାୟତ କାଦପଡା ଗ୍ରାମର ଶତାଧିକ ମହିଳା ଏବଂ ଗ୍ରାମ ଯୁବକ, ଜ୍ଞାନୀ ଗୁରୁଜନ ମଣ୍ଡଳୀ!ପ୍ରଥମେ ଗ୍ରାମର ଗ୍ରାମେଶ୍ବରୀ, ଶ୍ରୀରାମ, ହନୁମାନ, ରାଧାକୃଷ୍ଣ, ମହାମାୟୀ, ଦକ୍ଷିଣକାଳୀ ମନ୍ଦିରରେ ପୂଜାର୍ଚନା କରି ମଦ ବିରୋଧୀ ନାରା ନେଇ ଏକ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରିଥିଲେ!ଗ୍ରାମ ସଭାପତି ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ବେହେରା କୋଶାଦକ୍ଷ ବିଚିତ୍ରାନନ୍ଦ ଭୁତୀଆ ଗ୍ରାମେଶ୍ବରୀ ମହିଳା ସଂଘ ସଭାପତି ଶ୍ରୀମତୀ ସଂଗୀତା ଭୁତୀଆ ସମ୍ପାଦକ ଚୁମୁକି ବେହେରା ଗ୍ରାମେଶ୍ବରୀ ଯୁବକ ସଂଘ ସମ୍ପାଦକ ମାମୁଲି ସାହୁ ଏବଂ ଅନ୍ୟ ସଭ୍ୟବୃନ୍ଦ ପ୍ରଶାନ୍ତ, ପ୍ରଦୁମ୍ନ, ସୁରଭି, ଦୁର୍ଯ୍ୟୋଧନ, ଦୁଆରୀ, ଅଜିତ,, ଚିତ, ନଳିତ, ନାରାୟଣ, ରୁହିତ, ବିଭୁତି, ଅନିଲ, ସଂଜିତ ସୁଧୀର ଆଜି ମଦମୁକ୍ତି ଅଭିଯାନ ର ମୁଖ୍ୟ ଭୂମିକା ତୁଲାଇଥିଲେ!ଓ଼ପସ୍ଥିତ ଥିଲେ ଦଦରାଘାଟି ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ଅଜୟ ସାମଲ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ!ଗ୍ରାମର ସମସ୍ତ ଯୁବ ବନ୍ଧୁ ଗୁରୁଜନ ଶତାଧିକ ମହିଳା ଶପଥ ନେଇଥିଲେ ହରିବୋଲ ହୁଳହୁଳି ଦେଇ ଗ୍ରାମକୁ ମଦମୁକ୍ତ କରିବୁ ମଦ ଗ୍ରାମରେ କୌଣସି ସ୍ଥାନରେ ବିକ୍ରୟ କରାଇ ଦେବୁ ନାହିଁ
