ମହଙ୍ଗା ମାଡରେ ଖାଉଟି ଲୁହ ଲୁହାଣ
ତାଳଚେର ୩୧/୫(ନି ପ୍ର) ଜନସାଧାରଣଙ୍କ ଆୟୁ ଅନୁଯାୟୀ ବ୍ୟୟ ଅଧିକ ହୋଇଥିବାରୁ ଏବେ ମଧ୍ୟବିତ୍ତ ଶ୍ରେଣୀ ଗୋରୀବ ହେବାକୁ ବସିଥିବା ବେଳେ ଧନୀ ଶ୍ରେଣୀ ମହଙ୍ଗା ମାଡରୁ ପାର ପାଇଁ ଯାଉଛି। ତେବେ ଗୋରୀବ ଲୋକ ସରକାରୀ ହାତ ଟେକିବାକୁ ଚାହିଁ ଜିବନ ଅତିବାହିତ କରୁଛନ୍ତି। ଯେଉଁ ଅନୁପାତରେ ଟିକଷ ଜି ଏସ ଟି ଆଦାୟ କରାଯାଉଛି ସେହି ତୁଳନାରେ ଲୋକଙ୍କ ଆୟ ବୃଦ୍ଧି ପାଉନାହିଁ ବୋଲି ମତ ପ୍ରକାଶ କରିଛନ୍ତି। ଅପରପକ୍ଷେ ତୈଳଦର ବୃଦ୍ଧି ଯୋଗୁଁ ପନିପରିବା ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦରଦାମ ଆକାଶଛୁଆଁ ହେଉଥିବାରୁ ଗ୍ରାହାକଙ୍କ ନିଦ ହଜିଯାଇଛି। ଏପରି ସ୍ଥଳେ ଜନସାଧାରଣ କିପରି ଚଳିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି। ସରକାର ଜନସାଧାରଣଙ୍କ ସମସ୍ତ ସୁବିଧା ନିମନ୍ତେ ସରକାର ପ୍ରଚାର ପ୍ରସାର ମାଧ୍ୟମରେ ସର୍ବସ୍ଵ କରିଥିଲେ ମଧ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଆଁ ହେଉଛି। ହାଟକୁ ହଜାର ଟଙ୍କା ଧରି ଗଲେ ମଧ୍ୟ ବ୍ୟାଗ୍ ପୂର୍ଣ୍ଣ ହେଉନାହିଁ। ବର୍ତ୍ତମାନ ଆଳୁ ଦର ୧୦ରୁ୨୦ ଟଙ୍କା ମଧ୍ୟରେ ଥିବା ବେଳେ ପିଆଜ ୨୦ରୁ୩୫, ବାଇଗଣ ୫୦, ଟମାଟୋ ୪୦, ଭେଣ୍ଡି ୪୦, କଞ୍ଚା କଦଳୀ ୭୦, ଶାଗବିଡା ୧୦, ଝୁଡୁଙ୍ଗ ୪୦, କଖାରୁ କେଜି ପ୍ରତି ୩୦, କାଙ୍କଡ଼ ୫୦, କଞ୍ଚାଲଙ୍କା ୧୦୦,ସାରୁ ୩୦ରୁ୪୦, ଖିମ୍ଵଆଳୁ ୬୦, ବିନ୍ ୬୦, କାକୁଡ଼ି ୪୦, କଲରା ୭୦ ଟଙ୍କା ରହିଛି।ଫଳମୁଳ ଦାମ୍ ନକହିବା ଭଲ। ମହଙ୍ଗା ମାଡରୁ ବଡ଼ବଡ଼ିଆ ତରି ଯାଉଥିବା ବେଳେ ଦିନ ମଜୁରିଆ ଯେନେତଣ ଉପାୟରେ ଚଳି ଯାଉଛନ୍ତି। ମାତ୍ର ମଧ୍ୟବିତ୍ତ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
