ଧାଙ୍ଗୁଡ଼ିଶୋଳ ଠାରେ ଶୁଭାରମ୍ଭ ରବି ଧାନ ମଣ୍ଡି
____________________
ତା/୩୦/୦୫/୨୬:(ନି.ପ୍ର): ସାରସକଣା(ଅନିଲ କୁମାର ସାହୁ):ରାଜ୍ୟ ସରକାର ଚାଷୀ ମାନଙ୍କ ଉନ୍ନତିରେ ସଦାସର୍ବଦା ଚେଷ୍ଟିତ । ଚାଷୀର ଉନ୍ନତିରେ ରାଜ୍ୟର ବିକଶିତ ଉନ୍ନତି ।ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧୀନସ୍ଥ ଶିର୍ଷା ଓ ଝାରପୋଖରିଆ ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ନୂତନ ଶିର୍ଷା ଲ୍ୟାମ୍ପସ୍ ତରଫରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ରବିଚାଷ ଧାନ ସଂଗ୍ରହ କରିବା ପାଇଁ ଗତକାଲି ୨୯ ତାରିଖ ଶୁକ୍ରବାର ଶିର୍ଷା ଲ୍ୟାମ୍ପ୍ସ ପକ୍ଷରୁ ଧାଙ୍ଗୁଡ଼ିଶୋଳ ବଜାର ନିୟନ୍ତ୍ରିତ ସମିତି ହାଟ ପଡ଼ିଆ ଠାରେ ଥିବା ଧାନମଣ୍ଡି ରେ ଚାଷୀଙ୍କ ଠାରୁ ପ୍ରଥମ ପର୍ଯ୍ୟାୟ ଧାନ ସଂଗ୍ରହ ନିମନ୍ତେ ମଣ୍ଡି ଉଦ୍ଘାଟିତ ହୋଇ ଯାଇଛି । ଶିର୍ଷା ଲ୍ୟାମ୍ପସ୍ ର ଶାଖା ପରିଚାଳକ ସ୍ବରୁପ କୁମାର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଲ୍ୟାମ୍ପସ୍ ପରିଚାଳନା କମିଟିର ସଭାପତି ନାରାୟଣ ନାଏକ ପିତା କାଟି ଶୁଭ ନାରିକେଳ ଫଟାଇ ଶୁଭ ଉଦ୍ ଘାଟନ କରିଥିଲେ । ମଣ୍ଡି ଉଦ୍ଘାଟନୀ ଉତ୍ସବରେ ବାରିପଦା ଏ. ଆର. ସି. ଏସ୍. ର ଇନସପେକ୍ଟର କାରୁ ମାରାଣ୍ଡି, ବାରିପଦା ବଜାର ନିୟନ୍ତ୍ରିତ୍ କମିଟିର ସନ୍ତୋଷ କୁମାର ମହାନ୍ତ, ମଣ୍ଡି ନୋଡ଼ାଲ ଅଫିସର ହରିପଦ ନାଏକ, ସ୍ଥାନୀୟ ଶିର୍ଷା ସରପଞ୍ଚ ଭାନୁ ଚରଣ ମୁଣ୍ଡାଙ୍କ ସହିତ ଶିର୍ଷା ଲ୍ୟାମ୍ପ୍ସ୍ ର ସମସ୍ତ ସଭ୍ୟ ଗଣ ଉପସ୍ଥିତ ଥିଲେ ।ଝାରପୋଖରିଆ ଓ ଶିର୍ଷା ପଞ୍ଚାୟତକୁ ନେଇ ଗଠିତ ନୂତନ ଶିର୍ଷା ଲ୍ୟାମ୍ପ୍ସ ଅଧୀନରେ ଚଳିତ ୨୦୨୬ ଆର୍ଥିକ ବର୍ଷ ରବିଧାନ ବିକ୍ରୟ ନିମନ୍ତେ ୭୯ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଗତ କାଲି ମଣ୍ଡି ଉଦ୍ଘାଟନୀ ଦିବସର ପ୍ରଥମ ଦିନରେ ଲ୍ୟାମ୍ପସ୍ ମୋଟ ୧୫ ଜଣ ଚାଷୀଙ୍କ ଠାରୁ ସର୍ବମୋଟ ୬୮୧ କୁଇଣ୍ଟାଲ ୫୦ କି.ଗ୍ରା. ଧାନ ସଂଗ୍ରହ କରିଥିବା ବେଳେ ସରକାରଙ୍କ ପକ୍ଷରୁ ଚ଼ଳିତ ରବିଚାଷ ନିମନ୍ତେ ଉକ୍ତ ଲ୍ୟାମ୍ପ୍ସ କୁ ମୋଟ ୪୧ ଶହ କୁଇଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଦିଆଯାଇଥିବା ଲ୍ୟାମ୍ପ୍ସ କାର୍ଯ୍ୟାଳୟ ସୂତ୍ରରୁ ଜଣା ପଡିଛି । ଭଞ୍ଜଦୁତ ଖବର।
