୨୬୦ କେଜି ଗଞ୍ଜେଇ, ବନ୍ଧୁକ ଓ ଗୁଳି ଜବତ; ଜଣେ ଅଭିଯୁକ୍ତ ଗିରଫ।
ରେଢ଼ାଖୋଲ ଭଂଜଦୂତ ଭିକାରି ଚରଣ ପ୍ରଧାନ ଙ୍କ ରିପୋର୍ଟ ): ଅନ୍ତଃରାଜ୍ୟ ନିଶାଦ୍ରବ୍ୟ ଚୋରା ଗଲାଣ କୁ ପର୍ଦ୍ଦାଫାସ କରି ଏକ ବଡ଼ ସଫଳତା ହାସଲ କରିଛି ଚାରମାଳ ପୁଲିସ। ସମ୍ବଲପୁର ଜିଲ୍ଲା ଚାରମାଳ ପଞ୍ଚାୟତ ଅଧୀନ ଖେଖେଡାପାଲ ଛକ ନିକଟରେ ଏକ ଟ୍ରକ୍ ଏବଂ କଣ୍ଟେନର କୁ ଅଟକାଇ ବିପୁଳ ପରିମାଣର ଚୋରା ଗଞ୍ଜେଇ ସହିତ ବନ୍ଧୁକ ଓ ଗୁଳି ଜବତ ହୋଇଥିଲା। ଏଥିରେ ଗଞ୍ଜେଇ ମାଫିଆ ଅଭିଯୁକ୍ତ ହେଲେ ବୌଦ୍ଧ ଜିଲ୍ଲାର ଜଗନ ମହାକୁଡ଼ (୨୭)କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ।
ବିଶେଷ ସୂତ୍ରରୁ ଖବର ପାଇ ଚାରମାଳ ଥାନା ଅଧିକାରୀ ବେଦପ୍ରକାଶ ନନ୍ଦଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ଗଠନ କରି ଚଢ଼ାଉ କରିଥିଲା। ଯାଞ୍ଚ ସମୟରେ ଗାଡି ଭିତରେ
ସ୍ବତନ୍ତ୍ର ଭାବରେ ନିର୍ମିତ ଗୁପ୍ତ କୋଠରି ଏବଂ ବ୍ୟାଗ ଭିତରେ ଲୁଚାଇ ରଖାଯାଇଥିବା ୨୬୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ନିଶାଦ୍ରବ୍ୟ ଜବତ ବ୍ୟତୀତ ପୋଲିସ ଗୋଟିଏ ବେଆଇନ ବନ୍ଧୁକ ଓ ୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ପୋଲିସ । ଉପରୋକ୍ତ ସାମଗ୍ରୀ ସହ ଟ୍ରକ୍ ଓ କଣ୍ଟେନର କୁ ପୁଲିସ ଜବତ କରିଛି । ଟ୍ରକ୍ ଚାଳକ ଫେରାର ହୋଇଯାଇଥିବା ବେଳେ କଣ୍ଟେନର ଚାଳକ ଜଗନ ମହାକୁଡ଼କୁ ଗିରଫ କରାଯାଇଛି। ଏ ସଂକ୍ରାନ୍ତରେ ଚାରମାଳ ଥାନାର କେସ ନଂ ୯୩/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଫେରାର ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଛାନଭିନ ଆରମ୍ଭ ହୋଇଛି।
