ଭଡାଘରେଚାଲୁଥିଲା ଅନୈତିକକାର୍ଯ୍ୟ
ମାଡ଼ି ବସିଲା ପୋଲିସ
ବରଗଡ :୨୫/୦୫(ନି ପ୍ର )ବରଗଡ଼ ଟାଉନ ଥାନା ପୋଲିସ ଆଜି ଡାଙ୍ଗ ଛକ ନିକଟରେ ଏକ ସେକ୍ସ ରାକେଟ ଚାଲିଥିବା ଖବର ପାଇ ଚଢ଼ାଉ କରି ଥିଲେ। ସେଠାରେ ଦେହ ବ୍ୟବସାୟ ଚାଲିଥିବା ସମୟରେ ପୋଲିସ ପହଞ୍ଚି ୫ ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ, ସୋନପୁର ଜିଲା ଡୁଙ୍ଗୁରିପାଲି ଥାନା ଶିବାନନ୍ଦ ପଡ଼ାର ଧ୍ରୁବଚରଣ ମେହେର ଏବଂ ତାଙ୍କ ସ୍ତ୍ରୀ ବନିତା, ବରଗଡ଼ ସଦର ଥାନା ଅନ୍ତର୍ଗତ ସୟାଁ ଗ୍ରାମର ତେଜ ବେହେରା, ବନବସପାଲି ଗ୍ରାମର ବଳଦେବ ସାହୁ ଏବଂ ଜଟର୍ଲା ଗ୍ରାମର ସରୋଜ ସାହୁ। ସେମାନଙ୍କ ପାଖରୁ ନଗଦ ଟଙ୍କା, ବ୍ୟବହୃତ ଓ ଅବ୍ୟବହୃତ କଣ୍ଡୋମ, ମୋବାଇଲ, ଗୋଟିଏ କାର୍ ଏବଂ ୩ଟି ସ୍କୁଟି ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟ ତାଲାଣ କରି ଅଧିକ ତଦନ୍ତ ଚଲାଇଛି।
