ସୋରରେ କଳା ପଲସର ଆତଙ୍କ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋରରେ କଳା ପଲସର ଆତଙ୍କ। ଘର ସାମ୍ନାରୁ ମହିଳାଙ୍କ ବେକରୁ ସୁନା ଲୁଟିଲେ ଦୁଇ ପଲସର ଧାରି। ସୂଚନାଯୋଗ୍ୟ ଦୁଇଜଣ ଦୁର୍ବୁର୍ତ୍ତ ଏକ କଳା ରଙ୍ଗର ପଲସରରେ ଆସି ସୁନା ଚେନ ଝାମ୍ପି ନେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ସୋର ପୌରାଞ୍ଚଳ ୱାର୍ଡ ନମ୍ବର ୨କମରପୁର ଗ୍ରାମ ର ଗାୟତ୍ରୀ ପୁହାଣ ଆଜି ସକାଳେ ଘର ସାମ୍ନାରେ ଗଛର ପାଣି ଦେଉଥିବା ବେଳେ ଦୁଇଜଣ ଦୁର୍ବୁର୍ତ୍ତ ଏକ କଳାରଙ୍ଗର ପଲସରରେ ଆସି ତାଙ୍କ ବେକରେ ଥିବା ୧୪ ଗ୍ରାମର ସୁନାଚେନ କୁ ଝାମ୍ପିନେଇଥିଲେ। ଏନେଇ ସୋର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଚେନ ଲୁଟ ଘଟଣା ସିସିଟିଭି ରେ କଏଦ ହୋଇଛି। ପ୍ରତ୍ୟେକ ଦିନ ସୋର ରେ ଛୋଟ ବଡ ଡକାୟତି ହେଉଥିବା ବେଳେ ସୋର ପୋଲିସ ର ପେଟ୍ରୋଲିଂ ବ୍ୟବସ୍ଥା କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସହ ବୃଦ୍ଧୀଜିବି ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି।
