ଦେବଗଡ଼ ଜିଲ୍ଲାରେ “ଜନ ଭାଗିଦାରୀ – ସବୁଠୁ ଦୂର, ସବୁଠୁ ପ୍ରଥମେ” IEC ଅଭିଯାନ ଅନ୍ତର୍ଗତ ଗ୍ରାମସ୍ତରୀୟ ସଚେତନତା କାର୍ଯ୍ୟକ୍ରମ
ଦେବଗଡ଼:
ଜିଲ୍ଲା ପ୍ରଶାସନ, ଦେବଗଡ଼ ପକ୍ଷରୁ ଚାଲୁଥିବା “ଜନ ଭାଗିଦାରୀ – ସବୁଠୁ ଦୂର, ସବୁଠୁ ପ୍ରଥମେ” IEC ଅଭିଯାନ ଅନ୍ତର୍ଗତ ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗ୍ରାମସ୍ତରୀୟ ସଚେତନତା ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି, ଅଧିକାରଭିତ୍ତିକ ସେବାର ସାଚୁରେସନ ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ସେବା ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହିଛି।
ଆଜି ବାରକୋଟ ବ୍ଲକର ସଇଡା ଗ୍ରାମ ପଞ୍ଚାୟତର ସରଣପୁର ଗ୍ରାମ, କାଳିଆପାଳ ଗ୍ରାମ, ବୁଢ଼ାଭୂଇଁ ଗ୍ରାମ ପଞ୍ଚାୟତର ବମପରଡା, କଲା ଗ୍ରାମ ପଞ୍ଚାୟତର କଲାଡୁ, ଗୁରୁସାଙ୍ଗ ଗ୍ରାମ ପଞ୍ଚାୟତର ବୈଧରନଗର (ହରିଦାନାଳ), ପୁରୁଣାପାଣି, ଗୋଳାବନ୍ଧ ଗ୍ରାମ ପଞ୍ଚାୟତର ଗୋଳାବନ୍ଧ (କଟାଇସାହି), ବସାଲଇ ଗ୍ରାମ ପଞ୍ଚାୟତର କାଲକାଠ ଗ୍ରାମ ଏବଂ ସରୁଆଳି ଗ୍ରାମ ପଞ୍ଚାୟତର ଖୁଣ୍ଟାଡିହି ଓ ଟାଇଁସିରା ଗ୍ରାମରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ସେହିପରି ତିଲେଇବଣି ବ୍ଲକର ଡିମିରିକୁଦା ଗ୍ରାମ ପଞ୍ଚାୟତର ଡିମିରିକୁଦା ଗ୍ରାମ, ଦୁଧିଆନାଳି ଗ୍ରାମ ପଞ୍ଚାୟତର ଦୁଧିଆନାଳି, ଝରାଗୁଗୁଆ ଗ୍ରାମ ପଞ୍ଚାୟତର ଝରାଗୁଗୁଆ, ଝରମୁଣ୍ଡା ଗ୍ରାମ ପଞ୍ଚାୟତର ଝରମୁଣ୍ଡା, କଂସର ଗ୍ରାମ ପଞ୍ଚାୟତର କଂସର, ଲଇମୁରା ଗ୍ରାମ ପଞ୍ଚାୟତର ଲଇମୁରା ଏବଂ ପାଲକୁଦର ଗ୍ରାମ ପଞ୍ଚାୟତର ପାଲକୁଦର ଗ୍ରାମରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।
ରିଆମାଳ ବ୍ଲକର ଆଡ଼ସ ଗ୍ରାମ ପଞ୍ଚାୟତର ସିଆରିଆ ଓ ରକ୍ତାହାଣ୍ଡି ଗ୍ରାମ ସହ ତାରଙ୍ଗ ଗ୍ରାମ ପଞ୍ଚାୟତର କଇଁସର ଗ୍ରାମରେ ମଧ୍ୟ ଏହି IEC ଅଭିଯାନ ଅନ୍ତର୍ଗତ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ କଲ୍ୟାଣମୂଳକ ଯୋଜନା, ସ୍ୱାସ୍ଥ୍ୟ ଓ ପୋଷଣ, ଶିକ୍ଷା, ସାମାଜିକ ସୁରକ୍ଷା, ଜୀବିକା ବିକାଶ ଏବଂ ବିଭିନ୍ନ ଅଧିକାରଭିତ୍ତିକ ସୁବିଧା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରାଯାଇ ସେମାନଙ୍କ ସମସ୍ୟା ଶୁଣାଯାଇଥିଲା ଏବଂ ସରକାରୀ ସେବାର ସୁବିଧା ଯେପରି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖକୁ ପହଞ୍ଚିପାରିବ, ସେଥିପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଜିଲ୍ଲା ପ୍ରଶାସନ ଦୁର୍ଗମ ଅଞ୍ଚଳର ଲୋକମାନଙ୍କୁ ସଶକ୍ତ କରିବା ସହ ସରକାରୀ ଯୋଜନାର ସୁଫଳ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟକୁ ପହଞ୍ଚାଇବା ପାଇଁ ସଦା ପ୍ରତିବଦ୍ଧ ରହିଛି।
ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ବ୍ଲକମାନଙ୍କର ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଲାଇନ୍ ଡିପାର୍ଟମେଣ୍ଟର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଦେବଗଡ଼ ରୁ ସୁରେଶ ରିପୋର୍ଟ ଭଞ୍ଜଦୂତ ଖବର କାଗଜ
