*ଡୁକ୍ରିବୁଢୀ କୃଷି ଉତ୍ପାଦକ କମ୍ପାନୀ ର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ, କୃଷି ଓ କୃଷି ଉତ୍ପାଦନ ଅଗ୍ରାଧିକାର ଦେଇ ଉପଯୁକ୍ତ ବଜାର ବ୍ୟବସ୍ଥା ଲାଭକୁ ଦ୍ୱିଗୁଣିତ କରିବା ବୋଲି ଅତିଥିଙ୍କ ମତପୋଷ*।
ନୂଆପଡା(ମିଖାଏଲ ନନ୍ଦ)
ତା:-୨୯. ୦୯.
ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଲୋକଦୃଷ୍ଟି ମହାବିଦ୍ୟାଳୟ ଠାରେ ଆଜି ଡୁକ୍ରିବୁଢୀ କୃଷି ଉତ୍ପାଦକ କମ୍ପାନୀ ଲିମିଟେଡ଼ର ଆର୍ଥିକ ବର୍ଷ ୨୦୨୫-୨୬ର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି। ସଭାରେ ଇନ୍ଦୁମତୀ ହାତୀ ସଭାପତିତ୍ୱ କରିଥିବା ବେଳେ କମ୍ପାନୀର ବି.ଓ.ଡି. ବୈଦେହୀ ମାଝୀ, କମଳା ଜଗତ, ଶୁଭାଙ୍ଗିନୀ ପୋଢ଼, ଜୟନ୍ତୀ ଦଳ ପ୍ରମୁଖ ଯୋଗ ଦେଇଥିବା ବେଲେ ଏ ପି ସି ପ୍ରକଳ୍ପ ଅନ୍ତର୍ଗତ ଖଡ଼ିଆଳ ଏବଂ ବୋଡେ଼ନ ବ୍ଲକର ୮୦ ଗୋଟି ଗ୍ରାମରୁ କମ୍ପାନୀର ଅଂଶୀଦାର ଓ ବି.ଓ.ଡି ସଦ୍ୟସ ମାନେ ଯୋଗଦେଇଥିଲେ। ମୁଖ୍ୟ ଅଥିତି ଭାବରେ ଲୋକଦୃଷ୍ଟି ନିର୍ଦେଶକ ଅବନୀ ମୋହନ ପାଣିଗ୍ରାହୀ ଯୋଗ ଦେଇ କମ୍ପାନୀର କାର୍ଯ୍ୟକୁ ଉତ୍ସାହିତ କରିବା ସହିତ ଏହା ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଆକାଉଣ୍ଟାଣ୍ଟ ଶ୍ରୀ ତାପସ ରଞ୍ଜନ ଭୋଇ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଏସ ଏମ୍ ଏସ ବିଜୟ ରାଜ ତାଣ୍ଡି ବାର୍ଷିକ ଆୟ ବ୍ୟୟ ବିବରଣୀ ସମସ୍ତ ଅଂଶଧନ କାରୀମାନଙ୍କୁ ବୁଝାଇଥିଲେ। ସଭାରେ ବାର୍ଷିକ ଯୋଜନା ୨୦୨୬-୨୭ର ଉପସ୍ଥାପନା ଏବଂ ଅଡିଟର ନିଯୁକ୍ତି ଇତ୍ୟାଦି ବିଷୟରେ ଲୋକଦୃଷ୍ଟି ସହ ନିର୍ଦେଶକ ଶ୍ରୀ ରୋହିତ କୁମାର ଦାସ ସଭାରେ ଉପସ୍ଥିତ ସମସ୍ତଙ୍କୁ ପୁଙ୍କାନୁଫୁଙ୍କ ଭାବରେ ବୁଝାଇଥିଲେ। ଏହି ଅର୍ଥକ ବର୍ଷରେ ଚାଷ, ବ୍ୟବସାୟ ଓ ଉତ୍ପାଦନ ବୃଦ୍ଧି ସହ କମ୍ପାନୀର ବିକାଶ କରିବା ପାଇଁ ସମସ୍ତ ଅଂଶଧାରୀ ମାନଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ ସଭାରେ ଆଠ ଗୋଟି ସର୍ବୋତ୍ତମ କୃଷକ,୨ ଗୋଟି ସର୍ବୋତ୍ତମ ସିଆରପି, ୨ ଗୋଟି ଉଦ୍ୟୋଗ ମିତ୍ର, ୨ ଗୋଟି ଏ ଇ ଏବଂ ୬ ଜଣ କର୍ମଚାରୀକୁ ମାନପତ୍ର ଦେଇ ସମ୍ମାନୀତ କରିଥିଲେ।
।
