ଇନ୍ଦ୍ରାବତୀ ମେଗା ଲିଫ୍ଟ ଅଞ୍ଚଳ ଚାଷୀ ଙ୍କ ଜିଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଗଣ ବିକ୍ଷୋଭ।
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଭବାନୀପାଟଣା/ କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ମେଗା ଲିଫ୍ଟ ଅଞ୍ଚଳ ର ପନ୍ଦର ହଜାର ଚାଷୀ ଙ୍କ ରବି ଧାନ 2026 ବିକ୍ରି ପାଇଁ ଚାଷୀ ଙ୍କ ନାମ ପଞ୍ଜୀକରଣ ଦାବୀରେ କୋକସରା, ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳ ର ଚାଷୀ ମାନେ ଆଜି ଜିଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିରାଟ ଧରଣର ଗଣ ବିକ୍ଷୋଭ କରିଥିଲେ। କିଛିଦିନ ପୂର୍ବରୁ ନିଜ ଅଞ୍ଚଳରେ ଚାଷୀ ଆନ୍ଦୋଳନ କରିବା ସହ ଗଣଧାରଣା ଦେଇଥିଲେ। ଏଥିରେ ସରକାର ଙ୍କ ନିଦ୍ରା ଭଙ୍ଗ ନ ହେବାରୁ ଆଜି ଏକ ବିରାଟ ଚାଷୀ ସମାବେଶ କରାଯାଇ ଜିଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ କାରୀ ମାନେ ସରକାର ଙ୍କୁ ସମାଲୋଚନା କରିଥିଲେ। ସରକାର ଦାବୀ ପୂରଣ ନକଲେ ଭୟା ବହ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ। ଚାଷୀ ନେତା ଦିଗାମ୍ବର ଦୁରିଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ସର୍ବ ଦଳୀୟ ନେତା ଏହି ଆନ୍ଦୋଳନ କୁ ସହଯୋଗ କରିଥିଲେ। ଚାଷିଙ୍କ ଦାବୀ ନେଇ ଜିଲାପାଳଙ୍କ ଜରିଆରେ ରାଜ୍ୟପାଳ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ଏହି ସ୍ମାରକ ପତ୍ର ରେ ବିଜେଡି ଜିଲା ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ନର୍ଲା ବିଧାୟକ ମନୋରମା ମହାନ୍ତି, ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ଗୋବର୍ଦ୍ଧନ ଦାସ, ଦୁଷ୍ମନ୍ତ ନାୟକ, ପୂର୍ବତନ ଜିଲାପରିଷଦ ସଦସ୍ୟ ସାମନ୍ତ ଖମାରି, ଛାତ୍ର ନେତା ଅବିନାଶ ଠାକୁର, ଧର୍ମେନ୍ଦ୍ର ନାୟକ, ରାଜୀବ ଅଗ୍ରୱାଲ ସମେତ ଅନେକ ଚାଷୀ ମତବ୍ୟକ୍ତ କରିଥିଲେ। ଚାଷୀ ମାନେ କହିଥିଲେ ସରକାର ଆମକୁ ପ୍ରଚଣ୍ଡ ଖରାରେ ଭବାନୀପାଟଣା ଆସି ବିକ୍ଷୋଭ କରିବାକୁ ବାଧ୍ୟ କରିଥିଲେ। ସରକାର ଆମ କଥା ନ ଶୁଣିଲେ ଆତ୍ମହତ୍ୟା ବି କରିବୁ ବୋଲି ଚେତାବନୀ ଦେଇଛନ୍ତି।
