ରାଧାକୃଷ୍ଣ ମନ୍ଦିରରେ ନବମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଓ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ
____________________
ତା/୧୬/୦୫/୨୬: ସାରସକଣା(ନି.ପ୍ର): ଅନିଲ କୁମାର ସାହୁ; ସାରସକଣା ବ୍ଲକ ଅଧିନସ୍ତ ଝାରପୋଖରିଆ ପଞ୍ଚାୟତ ର ଘିଆଯୋଡ଼ି ଗ୍ରାମରେ ଗ୍ରାମବାସୀଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ରାଧାକୃଷ୍ଣ ମନ୍ଦିରର ନବମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଗତ ୧୨ ତାରିଖ ମଙ୍ଗଳକାର ଠାରୁ ଆରମ୍ଭ ହୋଇ ଗତକାଲି ୧୫ ତାରିଖ ଶୁକ୍ରବାର ସମାପନ ହୋଇଛି । ଏ ପରିପ୍ରେକ୍ଷୀରେ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ନବମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି । ଏ ଅବସରରେ ଗତ ୧୨ ତାରିଖ ଦିନ ମଙ୍ଗଳବାର ଗ୍ରାମବାସୀଙ୍କ ସହଯୋଗରେ ଗ୍ରାମ ପୋଖରୀରୁ ମନ୍ଦିର ପୂଜକ ଶ୍ରୀ ବିଶ୍ଵ ରଂଜନ ପ୍ରାଣୀଗ୍ରାହୀ ଙ୍କ ତତ୍ବାବଧାନରେ ଶ୍ରଦ୍ଧାଳୁ ଭକ୍ତଗଣ ୧୦୮ ଘଟ ଉତ୍ତୋଳନ କରି ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମନ୍ଦିରରେ ପହଞ୍ଚିଥିଲେ । ତତ୍ ପରେ ମନ୍ଦିର ପରିସରରେ ଯଜ୍ଞ ମଣ୍ଡପରେ ସ୍ଥାପନା କରିଥିଲେ । ବାବୁଲାଲ ଦିଗାରଙ୍କ ସଂକଳ୍ପରେ ବ୍ରାହ୍ମଣ ରାଧାକୃଷ୍ଣଙ୍କ ଆଜ୍ଞା ମାଳ ଆଣି ଯଜ୍ଞ ମଣ୍ଡପରେ ମନ୍ତ୍ରପାଠ କରି ପଞ୍ଚ ଦେବତା ପୂଜା, ଗୁରୁପୂଜା, ସୂର୍ଯ୍ୟ ପୂଜା ଓ ମଣ୍ଡଳ ପୂଜା କର୍ମଣ କରିଥିଲେ । ତତ୍ ପରେ ଯଜ୍ଞ ମଣ୍ଡପରେ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଉକ୍ତ ଦିବସ ରାତି ପ୍ରାୟ ୯ ଘଟିକା ସମୟରେ ଯଜ୍ଞର ପୂର୍ଣ୍ଣାହୁତି କରାଯାଇଥିଲା । ଏହାପରେ ମନ୍ଦିରରେ ପୂଜା ପାଉଥିବା ରାଧାକୃଷ୍ଣଙ୍କ ଚ଼ଳନ୍ତି ପ୍ରତିମା କୁ ବୈଷ୍ଣବ ଅନନ୍ତ ପ୍ରସାଦ ଦାସଙ୍କ ତତ୍ତ୍ଵାବଧାନରେ ଅଣାଯାଇ ହରିନାମ ସଂକୀର୍ତ୍ତନ ନାମଯଜ୍ଞ ମଣ୍ଡପରେ ଉପବେଶନ କରାଯାଇ ପୂଜନ, ଘୃତ ଯଜ୍ଞ କରି ଶ୍ରୀ ଜିଉଙ୍କୁ ଦର୍ଶନାଭିଳାଷୀ କରାଇ ଷୋହଳ ପ୍ରହର ନାମ ସଙ୍କୀର୍ତ୍ତନ ର ଅଧିବାସ କରାଯାଇଥିଲା । ତତ୍ ପରେ ୧୩ ତାରିଖ ବୁଧବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ହରିନାମ ଷୋହଳ ପ୍ରହର ସଙ୍କୀର୍ତ୍ତନ ର ଶୁଭାରମ୍ଭ କରାଯାଇଥିଲା । ଜିଲ୍ଲାର ବଚ୍ଛା ବଚ୍ଛା ବିଭିନ୍ନ ଅଞ୍ଚଳର ୬ ଗୋଟି ସଙ୍କୀର୍ତ୍ତନ ଦଳକୁ ନେଇ ହରେକୃଷ୍ଣ ହରେରାମ ଗାନ କରାଯାଇଥିଲା । ଗତକାଲି ୧୫ ତାରିଖ ଶୁକ୍ରବାର ଦିନ ଦିବା ୧୧ ଘଟିକା ସମୟରେ ଦଧି ମହୋତ୍ସବ କରାଯାଇ ନଗର ପରିକ୍ରମା କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତଗଣ ଓ ଦର୍ଶନାଭିଳାଷୀ ଙ୍କୁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଭଞ୍ଜଦୁତ ଖବର।
