ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ ବ୍ଲକର ପ୍ରସିଦ୍ଧ “ତୋଟାସାହି” ସାବିତ୍ରୀ ପୀଠ
ବନ୍ତ (ନିପ୍ର) ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତର ତୋଟାସାହି-ପାରାବନ୍ଧର ମଧ୍ୟମ ସ୍ଥଳ ରାସ୍ତା ପାର୍ଶ୍ଵରେ ଅବସ୍ଥିତ ‘ସାବିତ୍ରୀ ପୀଠ’ ।
ଏହି ପୀଠ ସାବିତ୍ରୀ ବ୍ରତ ପାଳନ ପାଇଁ ଚଳଚଞ୍ଚଳ ହୋଇଛି । ଏକଦା ସରୁସାଗର ନଦୀ ନିକଟସ୍ଥ ଘଞ୍ଚ ଜଙ୍ଗଲ ମଧ୍ୟରେ ଶ୍ରୀ ଅନନ୍ତ ମାଧବଜୀଉ, ମା’ ବନଦୁର୍ଗା, ମହାସତୀ ସାବିତ୍ରୀ ଓ ତାଙ୍କ ସ୍ବାମୀ ସତ୍ୟବାନଙ୍କର ତିନୋଟି ମୁଗୁନି ପ୍ରସ୍ତର ନିର୍ମିତ ମୂର୍ତ୍ତିକୁ ସରମରା ଗ୍ରାମର ଜଣେ ବୁଣାକାର ଜାତିର ମହିଳା ଠାବ କରିଥିଲେ । ସେ ଦୈନନ୍ଦିନ ଏହି ରାସ୍ତାଦେଇ କପଡ଼ା ବ୍ୟବସାୟ କରିବାକୁ ଆଗରପଡ଼ା ହାଟକୁ ଯାଉଥିବା ବେଳେ ଏହି ମୂର୍ତ୍ତିକୁ ଜଣାଉଥିଲେ ଯେ- ‘ମୋର ବ୍ୟବସାୟ ଭଲ ଚାଲିଲେ ମୁଁ ପ୍ରତିଦିନ ଗୋଟିଏ ଲେଖାଏଁ ମୁଆଁ ଭୋଗ ଲଗାଇବି । ସେହିଦିନ ଠାରୁ ସେହି ବୃଦ୍ଧାଙ୍କର ଭଲ ବ୍ୟବସାୟ ହେବାରୁ ସେ ସେଠାରେ ମୁଆଁ ଭୋଗ ଲଗାଇଲେ।
ଆଗରପଡ଼ା ଜମିଦାର ଜଗବନ୍ଧୁ ରାୟ ଉକ୍ତ ବିଗ୍ରହଙ୍କୁ ନିଜ ପ୍ରାସାଦକୁ ନେଇ ପୂଜା କରିବାକୁ ମନସ୍ଥ କରିଥିଲେ ହେଁ ଠାକୁରଙ୍କ ସ୍ଵପ୍ନାଦେଶ ଯୋଗୁଁ ଉକ୍ତ ମୂର୍ତ୍ତିକୁ ଉକ୍ତ ସ୍ଥାନରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଗଲା। କାଳକ୍ରମେ ଏହି ପୀଠ ଆଜି ‘ସାବିତ୍ରୀପୀଠ’ ନାମରେ ଖ୍ୟାତ ହୋଇଛି। ଗୋଟିଏ ଦିନ ଏଠାରେ ସାବିତ୍ରୀ ବ୍ରତ ପାଳନ କରାଯାଉଥିବା ବେଳେ ୨ ଦିନ ଧରି ଏହି ପିଠ ରେ ଧୁମଧାମରେ ମାଆଙ୍କର ପୂଜା ଉତ୍ସବ କରାଯାଇଥାଏ। ଏହି ବ୍ରତରେ ସତ୍ୟବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ କୁରାଢ଼ୀକୁ ମଧ୍ୟ ପୂଜା କରାଯାଇଥାଏ ପୋଲିସି ପ୍ରଶାସନ ପକ୍ଷ୍ୟରୁ ଶାନ୍ତିଶୃଙ୍ଖଳା ପାଇଁ ସହଯୋଗ କରିଥିଲେ । ହଜାର ଜଜାର ଭକ୍ତଙ୍କପାଇଁ ବିଭିନ୍ନ ସଙ୍ଗଠନ ପର୍ଯ୍ୟରୁ ବହି ସରବର୍ତ ବେବସ୍ଥାକରାଯାଇଥିଲା ସନ୍ଧ୍ୟାରେ ମନୋରଞ୍ଜନ ପାଇଁ ପିଠରେ ଭଜନ ସମାହର ମେଲୋଡି, ଯାତ୍ରା, ପାଲା ଆୟୋଜନ କରାଯାଇଛି l
ବନ୍ତ ବ୍ଲକରୁ (ମାର୍କଣ୍ଡ ଧଡ଼ା)
