*ଚିରନ୍ତନ ବାଡି ବଗିଚା ସଚେତନତା କାର୍ଯ୍ୟକ୍ରମ କୋମନା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠରେ ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୪.୦୫,
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ କକ୍ଷ ଠାରେ ଇକ୍ରିସେଟ ,ହାଇଦ୍ରାବାଦ ଦ୍ଵାରା ଚିରନ୍ତନ ବାଡି ବଗିଚା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର କୁମାର ସାମଲ ଯୋଗଦାନ କରିଥିଲେ।
ସଚେତନତା କାର୍ଯ୍ୟକ୍ରମ ରେ ବ୍ଲକ କୃଷି ଅଧିକାରୀ ଶ୍ରୀ ପ୍ରଶାନ୍ତ ବାଗ, ଉଦ୍ୟାନ କୃଷି ଅଧିକାରୀ ଆରାଧନା ଶବର, ଇକ୍ରିସେଟ ବୈଜ୍ଞାନିକ ଡ. କବିତା କସାଲ ଓ ଓଡ଼ିଶା ମରୁଡି ପ୍ରତିକାର ଯୋଜନା ପ୍ରମୁଖ ରାମ ବିକାଶ ବର୍ମା ତଥା ମିଶନ ଶକ୍ତି ର ୦୫ ଟି ଗ୍ରାମ ପଞ୍ଚାୟତ ର ସମସ୍ତ ସି ଆର ପି ଓ ଏମ ବି କେ ମାନେ ଉପସ୍ଥିତ ରହିଥିଲେ। ସଚେତନତା କାର୍ଯ୍ୟକ୍ରମ ରେ କୋମନା ବ୍ଲକ ର ୦୫ ଟି ଗ୍ରା.ପଞ୍ଚାୟତ ର ୧୭ ଟି ଗ୍ରାମ ରେ କିପରି ଘରବାଡ଼ି ପଛପଟ ଅଦରକାରୀ ଜମିର ସଦୁପଯୋଗ କରି ଚିରନ୍ତନ ବାଡି ବଗିଚା କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ପୃଷ୍ଟି କର ପନିପରିବା ପାଇ ପାରିବେ ତା ଉପରେ ଆଲୋଚନା କରାଯାଇଥିଲା ଏବଂ ଯୋଜନା ତରଫ ରୁ ହିତାଧିକରୀମାନଙ୍କୁ କଣ ସବୁ ସୁବିଧା ଦିଆ ଯାଇ ପାରିବ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।
