*ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ମୁକ୍ତିମାର୍ଗ ଚର୍ଚ୍ଚରେ ଖ୍ରୀଷ୍ଟିୟ ଗୃହ ଉତ୍ସବ ଅନୁଷ୍ଠିତ:*
ନୂଆପଡା( ମିଖାଏଲ ନନ୍ଦ)
ତା-୧୨/୦୫
ଆଧ୍ୟାତ୍ମିକ ଭାବଧାରାରେ ଝୁମିଲେ ଶ୍ରଦ୍ଧାଳୁ ସ୍ଥାନୀୟ ପ୍ରତିନିଧି, ଖଡ଼ିଆଳ ବ୍ଲକ ମିଶନ ମୁକ୍ତିମାର୍ଗ ଚର୍ଚ୍ଚ ପରିସରରେ ଅତି ଆନନ୍ଦ ଓ ଉଲ୍ଲାସର ସହ ‘ଖ୍ରୀଷ୍ଟିୟ ଗୃହ ଉତ୍ସବ’ ପାଳିତ ହୋଇଯାଇଛି। ପରିବାର ମଧ୍ୟରେ ଶାନ୍ତି, ପ୍ରେମ ଓ ଏକତା ବଜାୟ ରଖିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।
ଆଧ୍ୟାତ୍ମିକ ସଭା: ଉତ୍ସବର ପ୍ରାରମ୍ଭରେ ଏକ ସ୍ୱତନ୍ତ୍ର ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ବକ୍ତା ପବିତ୍ର ବାଇବେଲରୁ ଶିକ୍ଷା ପ୍ରଦାନ କରି ପରିବାର କିପରି ସମାଜର ମୂଳଦୁଆ ଏବଂ ଏହାକୁ ଈଶ୍ୱରଙ୍କ ଆଶୀର୍ବାଦରେ କିପରି ସୁଦୃଢ଼ କରାଯାଇପାରିବ, ସେ ବିଷୟରେ ଆଲୋକପାତ କରିଥିଲେ।
ଚର୍ଚ୍ଚର କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷିତହୋଇଥିଲା.ସୁମଧୁର ଖ୍ରୀଷ୍ଟିୟ ସଂଗୀତ ପରିବେଶକୁ ପବିତ୍ର ଓ ଭକ୍ତିମୟ କରିଦେଇଥିଲା। ମୁଖ୍ୟ ବକ୍ତା ଭାବରେ ଚେତନା ନାଏକ ଖ୍ରୀଷ୍ଟ ଙ୍କ ବାର୍ତ୍ତା ଦେଇ ଥିଲେ। ଏହି ସଭା ଟି ଗାଲିଲି ଓ ଯୋଡନ ପ୍ରାଥନା ଦଳ ଗ୍ରୁପ ମିଶି ଆୟୋଜନ କରି ଥିଲେ।
ପରିବାର ସମ୍ମିଳନୀ ବିଭିନ୍ନ ପରିବାର ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଁ ମନୋରଞ୍ଜନମୂଳକ କାର୍ଯ୍ୟକ୍ରମ ଓ ଭୋଜିର ଆୟୋଜନ କରାଯାଇଥିଲା।
ବିଶିଷ୍ଟ ଅତିଥିଙ୍କ ବାର୍ତ୍ତା ଚର୍ଚ୍ଚର ପାଳକ ଅଜୟ ନାଗ ନିଜ ବାର୍ତ୍ତାରେ କହିଥିଲେ ଯେ, “ଗୃହ ଉତ୍ସବ କେବଳ ଏକ ପର୍ବ ନୁହେଁ, ବରଂ ଏହା ଆମ ପରିବାରକୁ ଈଶ୍ୱରଙ୍କ ନିକଟତର କରିବାର ଏକ ମାଧ୍ୟମ।” ପ୍ରତିଟି ଗୃହରେ ସୁଖ ଓ ଶାନ୍ତି ବିରାଜମାନ କରୁ ବୋଲି ସେ ପ୍ରାର୍ଥନା କରିଥିଲେ।ଏହି ସଭା ରେ ଆଚାର୍ଯ୍ୟ ବିରାଜ କୁମାର ମଧ୍ୟ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ କରାଯାଇଥିଲା ଏବଂ ପରସ୍ପରକୁ ଶୁଭେଚ୍ଛା ଜଣାଇ ଶ୍ରଦ୍ଧାଳୁମାନେ ଉତ୍ସବର ସମାପ୍ତି କରିଥିଲେ। ଏହି ଉତ୍ସବ ଟି ମହିଳା ସଭା, ମୁକ୍ତିମାର୍ଗ ଚୂର୍ଚ୍ଚ ଦ୍ୱାରା କରା ଯାଇଥିଲା। ଏହି ସଭା ଟି ୧୧/୦୫/୨୬ ରୁ ୧୪/୦୫/୨୬ ପର୍ଯ୍ୟନ୍ତ ଚାଲୁଥିବା ସୂଚନା ମିଳିଛି।
