ତେଲ ପକାଇବାକୁ ଆସି ଲୁଟିଲେ ଲକ୍ଷାଧିକ ଟଙ୍କା
ସୋର,୧୨/୫(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଛପୋଲିଆ ନିକଟରେ ଥିବା ରିଲିଆନ୍ସ ପେଟ୍ରୋଲ ପମ୍ପର କର୍ମଚାରୀ ତାଙ୍କ ସିପ୍ଟ ସରିବା ପରେ ୧ଲକ୍ଷ ଟଙ୍କା ଗଣି ଟେବୁଲ ଉପରେ ରଖିଥିଲେ। ମାତ୍ର କିଛି ସମୟ ପରେ ଉକ୍ତ ଟଙ୍କା ଟେବୁଲ ଉପରୁ ପେଟ୍ରୋଲ ପକାଇବାକୁ ଆସିଥିବା ଜଣେ ଗ୍ରାହକ ଚୋରାଇନେଇଥିବା ସିସିଟିଭିରେ କଏଦ ହୋଇଥିଲା। ଏନେଇ ପେଟ୍ରୋଲ ପମ୍ପର ମାଲିକ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
