ଥାନା ସାମ୍ନାରେ ବାପାର ଚରମ ନିଷ୍ପତ୍ତି; ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ
ସୋର,୧୨/୫(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ଝିଅ ପାଇଁ ବାପାର ଚରମ ନିଷ୍ପତ୍ତି। ଆଜି ମଧ୍ୟାହ୍ନରେ ସୋର ଥାନା ପରିସରରେ ଝିଅକୁ ଫେରାଇ ଆଣିବାକୁ ଓ ପୁଲିସ କୌଣସି ପଦକ୍ଷେପ ନେଉନଥିବା କାରଣରୁ ଜଣେ ବାପା ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ସୁଚନା ଅନୁସାରେ ତଳନଗର ଅଞ୍ଚଳର ଜଣେ ଯୁବତୀ ଗତ କିଛି ଦିନ ତଳେ ଜଣେ ଯୁବକଙ୍କୁ ପ୍ରେମ କରି ତାଙ୍କ ସହ ଫେରାର ହୋଇଯାଇଥିଲେ। ମାତ୍ର ପରିବାର ଲୋକେ ଯୁବତୀଙ୍କୁ ଅପହରଣ କରାଯାଇଥିବା ନେଇ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ମଧ୍ୟାହ୍ନରେ ଯୁବତୀଙ୍କ ବାପା ପୁଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରି ସୋର ଥାନା ପରିସରରେ ହୋହାଲ୍ଲା କରିବା ସହିତ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ସମୟରେ କିଛି ପୁଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରିବା ସହିତ ଉଭୟ ପକ୍ଷଙ୍କୁ ଡାକି ବୁଝାସୁଝା କରିଥିବା ବିଶେଷ ସୁତ୍ରରୁ ଜଣାପଡିଛି।
