
କୋରାପୁଟ….ସ୍ଥାନୀୟ ପୋଲିସ ଏମ ଇ ସ୍କୁଲ ଠାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ରିତା ମହାପାତ୍ର ଙ୍କ ନେତୃତ୍ୱ ରେ ବିଦ୍ୟାଳୟ ର ପିଲା ମାନଙ୍କୁ ନେଇ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି l ଏହି କ୍ରୀଡା କୁ ବିଦ୍ୟାଳୟ ର ପରିଚାଳନା କମିଟି ମୂଖ୍ୟ ଲକ୍ଷ୍ମଣ ନାୟକ ଯୋଗଦେଇ ଉଦଘାଟନ କରିବା ସହ କ୍ରୀଡା ମାଧ୍ୟମ ରେ ପିଲାଙ୍କର ଶାରୀରିକ ଓ ମାନସିକ ଅଭିବୃଦ୍ଧି ର ବିକାଶ ହୋଇପାରିବ ବୋଲି କହିଥିଲେ l ଲଙ୍ଗ ଯମ୍ପ 100ମିଟର ଦୌଡ଼ ଠୁ ଧରି ବିଭିନ୍ନ କ୍ରୀଡା ଆୟୋଜନ କରାଯାଇଥିଲା ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ର ଶିକ୍ଷକ ସୁରଜ କୁମାର ନାୟକ ଶ୍ରୀକ୍ଷୟତ୍ରୀ ରଞ୍ଜିତା କୁଂଆର ଅନ୍ୟ ଓ ଅନ୍ୟ ସମସ୍ତ ଅଧିକାରୀ ସହଯୋଗ କରିଥିଲେ l ଏହି ବିଦ୍ୟାଳୟ ଟି ସହରର ସର୍ବପୁରlତନ ବିଦ୍ୟାଳୟ ହୋଇଥିନା ବେଳେ ଜିଲ୍ଲା ର ଯେକୌଣସି ପ୍ରତିଯୋଗିତା ରେ ଭାଗ ନେଇ ଜିଲ୍ଲା ପାଇଁ ଗୌରଵ ଆଣିବାରେ ଲାଗିଛି କେବଳ ସେତିକି ନୁହଁ ପ୍ରଧାନ ଶିକ୍ଷୟତ୍ରୀ ରିତା ମହାପାତ୍ର ଙ୍କ ତତ୍ତ୍ୱବଧାନ ରେ ଏହାର ସର୍ବlଗୀନ ଉନ୍ନତି ପାଇଁ ପ୍ରୟାସ ଜାରିରହିଛି ବୋଲି ଜଣାପଡିଛି l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୁତ୍ ନିୟୁଜ୍