
ଭୁବନେଶ୍ୱର….ଭୁବନେଶ୍ୱର ନିକଟସ୍ଥ ବାଲିଅନ୍ତା ବ୍ଲକ ଅଧିନ ଅକ୍ସଫୋର୍ଡ ଗ୍ରୁପ ଅଫ ଇନ୍ଷ୍ଟିଟ୍ୟୁସନ୍ସ ର ପଞ୍ଚଦଶ କ୍ରୀଡା ଉତ୍ସବ ପାଳିତ ହେଇଯାଇଛି
ଅନୁଷ୍ଠାନ ପରିସର ରେ ତିନି ଦିନ ଧରି ମହା ସମାରୋହ ରେ ଉତ୍ସବରେ ଉଦଯାପନ ଦିବସ ରେ ଅନୁଷ୍ଠାନ ର ଚେୟାରମ୍ୟାନ ଡ॰ ଅନୁ ମାଧବ ପଣ୍ଡା ଯୋଗ ଦେଇ ଥିଲେ ଓ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ. ଅନୁଷ୍ଠାନ ର ଅଧକ୍ଷଗଣ ଡ଼॰ କୈଳାସ ମହାପାତ୍ର (ଇଂଜିନିରିଂ), ଡ଼॰ ରଂଜିତ ପଣ୍ଡା (ମ୍ୟାନେଜେମେଣ୍ଟ) ଓ ଇ॰ ଅଜିତ କୁମାର ବାରିକ (ଡିପ୍ଲୋମା ) ତତ୍ଵାବଧାନ ରେ ଏହି ଉତ୍ସବ ଆୟୋଜିତ ହୋଇଥିଲା. ଅନୁଷ୍ଠାନ ର ପ୍ରଶାନ୍ତ କୁମାର ପତି, ବିଶ୍ୱ ଭୂଷଣ ପ୍ରଧାନ, ତନ୍ମୟ କୁମାର ଦଳlଇ, ଜୀବନ ଜ୍ୟୋତି ସାହୁ,ସୁପ୍ରଭାତ ଦାଶ, ପ୍ରକାଶ ଦାଶ, ବିନୟ କୁମାର ନାୟକ, ରୁଦ୍ର ପ୍ରସାଦ ସେଠି, ସ୍ଵାଗତ କୁମାର ନାୟକ,ଅଜୟ କୁମାର ପାତ୍ର ଓ ରାକେଶ କୁମାର ବେହେରା ପ୍ରମୁଖ କ୍ରୀଡା ଉତ୍ସବ କୁ ପରିଚାଳନା କରିଥିଲେ.କ୍ରୀଡା ଉତ୍ସବର ଆଥଲେଟିକ ଇଭେଣ୍ଟର ବାଳକ ବିଭାଗରେ ପ୍ରକାଶ ସେଠି ଓ ବାଳିକା ବିଭାଗରେ ମୋନାଲିଶା ଲେଙ୍କା ଚାମ୍ପିୟନ ହୋଇଛନ୍ତି.କ୍ରିକେଟ ଇଭେଣ୍ଟର ଫାଇନାଲ ମ୍ୟାଚରେ ଅକ୍ସଫୋର୍ଡ ପାନ୍ଥର କୁ ହରାଇ ଅକ୍ସଫୋର୍ଡ ହଣ୍ଟର ଚାମ୍ପିୟନର ମୁକୁଟ ପିନ୍ଧିଛନ୍ତି .ଅକ୍ସଫୋର୍ଡ ହଣ୍ଟର ଟିମର ଶୁଭମ ଙ୍କ ଚମତ୍କାର ପ୍ରଦର୍ଶନ ଲାଗି, ସେ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ.