ରେନବୋ ପବ୍ଲିକ୍ ସ୍କୁଲ, ବରଗଡ଼ରେ ଗ୍ରୀଷ୍ମକାଳୀନ ଶିବିରର ଭବ୍ୟ ସମାପନ
ବରଗଡ଼:୧୧/୦୫(ନି ପ୍ର) ରେନବୋ ପବ୍ଲିକ୍ ସ୍କୁଲ ଏବଂ ରେନବୋ କିଡ୍ସ ପ୍ଲେ ସ୍କୁଲ, ବରଗଡ଼ ଆୟୋଜିତ ଗ୍ରୀଷ୍ମକାଳୀନ ଶିବିର ସଫଳତାର ସହ ଉଦ୍ୟାପିତ ହୋଇଯାଇଛି। ଏହି ଶିବିରରେ ଛାତ୍ରଛାତ୍ରୀମାନେ ଶିକ୍ଷା, ସୃଜନଶୀଳତା, ଶୃଙ୍ଖଳା ଓ ମନୋରଞ୍ଜନର ଅନନ୍ୟ ଅନୁଭବ ଅର୍ଜନ କରିଥିଲେ।
ଶିବିରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI), ସ୍ପୋକେନ ଇଂଲିଶ, ଆର୍ଟ ଏଣ୍ଡ କ୍ରାଫ୍ଟ, ମାଷ୍ଟର ସେଫ, କର୍ସିଭ ହାଣ୍ଡରାଇଟିଂ, ନୃତ୍ୟ ଓ ମାର୍ଶାଲ ଆର୍ଟ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶ୍ରୀମତୀ ମିନତି ମ୍ୟାମ୍ ଛାତ୍ରଛାତ୍ରୀଙ୍କୁ AI ଓ ତାହାର ଦୈନିକ ଜୀବନରେ ବ୍ୟବହାର ବିଷୟରେ ଜ୍ଞାନ ଦେଇଥିଲେ। ଶ୍ରୀ ସୁଦର୍ଶନ ବାରିକ ସାରଙ୍କ ସ୍ପୋକେନ ଇଂଲିଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ଓ କଥୋପକଥନ କୌଶଳକୁ ବୃଦ୍ଧି କରିଥିଲା।
ଶ୍ରୀମତୀ ସନ୍ଧ୍ୟା ମ୍ୟାମ୍ ଓ ଶ୍ରୀମତୀ ତନୟା ମ୍ୟାମ୍ ଆର୍ଟ ଏଣ୍ଡ କ୍ରାଫ୍ଟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମାଷ୍ଟର ସେଫ କାର୍ଯ୍ୟକ୍ରମରେ ଶ୍ରୀମତୀ ଅପରିମିତା ମ୍ୟାମ୍ ଓ ଶ୍ରୀ ଜେ.କେ. ବେହେରା ସାର ଛାତ୍ରଛାତ୍ରୀଙ୍କୁ ସରଳ ଓ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତି ଶିଖାଇଥିଲେ। ଶ୍ରୀମତୀ ତୃପ୍ତି ମ୍ୟାମ୍ କର୍ସିଭ ହାଣ୍ଡରାଇଟିଂ ଶିଖାଇଥିବାବେଳେ ଶ୍ରୀ ସନା ସାର ନୃତ୍ୟ ଶିକ୍ଷା ଦେଇ ଛାତ୍ରଛାତ୍ରୀଙ୍କୁ ମନୋରଞ୍ଜନ କରାଇଥିଲେ। ଶ୍ରୀ ଅଶୁତୋଷ ସାର ମାର୍ଶାଲ ଆର୍ଟ ମାଧ୍ୟମରେ ଆତ୍ମରକ୍ଷା ଓ ଶୃଙ୍ଖଳାର ଶିକ୍ଷା ଦେଇଥିଲେ।
ସମାପନୀ କାର୍ଯ୍ୟକ୍ରମରେ ଶ୍ରୀମତୀ ମିନତି ଶତପଥୀ ସଭାପତିତ୍ୱ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମତୀ ତୃପ୍ତି ପାଣିଗ୍ରାହୀ। ମୁଖ୍ୟ ଅତିଥି ଭାବେ ଶ୍ରୀ ବିଦ୍ୟୁତ ଦାଶ ଓ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ସଙ୍ଗମିତ୍ରା ପଟେଲ ଯୋଗଦେଇଥିଲେ। କାର୍ଯ୍ୟକ୍ରମଟି ପ୍ରିନ୍ସିପାଲ ଶ୍ରୀ ହିମାଂଶୁ ଶେଖର ମେହେର ଏବଂ ସେକ୍ରେଟାରୀ ଶ୍ରୀମତୀ ଚନ୍ଦନା ରଥଙ୍କ ଉପସ୍ଥିତିରେ ଅଧିକ ଆକର୍ଷଣୀୟ ହୋଇଥିଲା।
ଛାତ୍ରଛାତ୍ରୀମାନେ ଏହି ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ ପାଇଁ ସମ୍ମାନନୀୟ ସେକ୍ରେଟାରୀ ମ୍ୟାମ୍ ଓ ପ୍ରିନ୍ସିପାଲ ସାରଙ୍କୁ କୃତଜ୍ଞତା ଜଣାଇଥିଲେ। ଆଗାମୀ ବର୍ଷରେ ଏହି ଶିବିରକୁ ଅଧିକ ଦିନ ପର୍ଯ୍ୟନ୍ତ ଆୟୋଜନ କରିବାକୁ ମଧ୍ୟ ଅନୁରୋଧ କରିଥିଲେ।
ସମୁଦାୟ କାର୍ଯ୍ୟକ୍ରମଟି ଅତ୍ୟନ୍ତ ସଫଳ, ଆନନ୍ଦମୟ ଓ ସ୍ମରଣୀୟ ହୋଇଥିଲା।
