ସମ୍ବଲପୁର ଯାଇ ରେଳ ପ୍ରବନ୍ଧକ ଶ୍ରୀ ସୁବାସ ଚୌଧୁରୀ ଙ୍କୁ ଭେଟି ଅନେକ ଅସୁବିଧା ବିଷୟରେ ଆଲୋଚନା
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ରେଳଯାତ୍ରୀ ସଂଘ କଲାହାଣ୍ଡି ର ସଭାପତି ଡଃ ଭବାନୀ ଶଙ୍କର ନିଆଲ ଏବଂ କେସିଙ୍ଗା ସାଖା ର ସଭାପତି ବଂଟି ଅଗ୍ରୱାଲ,ପ୍ରଭାତ ରଞ୍ଜନ ବେହେରା,ସୁସିଲ କୁମାର ବାଗ, କିଶୋର ପୁରୋହିତ, ସୁରେନ୍ଦ୍ର ମାଝୀ, ଚନ୍ଦ୍ର ଧ୍ୱଜ ମାଝୀ ଆଜି ସମ୍ବଲପୁର ଯାଇ ରେଳ ପ୍ରବନ୍ଧକ ଶ୍ରୀ ସୁବାସ ଚୌଧୁରୀ ଙ୍କୁ ଭେଟି କେସିଙ୍ଗା, ଭବାନୀପାଟଣା, ଲାଞ୍ଜିଗଡ଼, ରାମଚନ୍ଦ୍ର ପୁର ର ଅନେକ ଅସୁବିଧା ବିଷୟରେ ଆଲୋଚନା କରିବା ସହ ବିଶାଖାପାଟଣା ରୁ ପ୍ରୟାଗ ରାଜ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଏକ ଟ୍ରେନ ଚଲାଇବା ପାଇଁ ସ୍ମାରକ ପତ୍ର ପତ୍ର ଦେଇଛନ୍ତି।
