ବରଗଡ ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘ ନିର୍ବାଚନ ପୁଣି ବିନୋଦ ମହାପାତ୍ର ସଭାପତି ବରଗଡ :୧୧/୦୫(ନି ପ୍ର )ବରଗଡ଼ ଜିଲ୍ଲା ଘରୋଇ ବସ ମାଲିକ ସଂଘ ନିର୍ବାଚନ ପୁଣି ଥରେ ବିନୋଦ ମହାପାତ୍ର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଶେଖ ନିଜମୁଦ୍ଧିନ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ! ସେହିପରି ଏମ ଡି ବବଲୁ ଉପ ସଭାପତି ଓ ସୁନୀଲ ଦାସ କୋଷାଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି! ନିର୍ବାଚନ ସରିଲା ପରେ ନୂତନ କର୍ମ କର୍ତ୍ତା ମାନଙ୍କୁ ସ୍ୱାଗତ କରା ଯାଇଥିଲା! ନିର୍ବାଚନ ପ୍ରକ୍ରିୟା କୁ ସରୋଜ ମହାପାତ୍ର, ବୃନ୍ଦାବନ ଧର, ସତ୍ୟ କେତନ ମହାନ୍ତି ପରିଚାଳନା କରିଥିଲେ ! ଆଗାମୀ ଦିନରେ ବରଗଡ ପ୍ରାଇଭେଟ ବସଷ୍ଟାଣ୍ଡ କୁ ନୂତନ ରୂପ ଢଙ୍ଗ ରେ ନିର୍ମାଣ କରାଯିଵା ସହିତ ଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆ ଯିବ ବୋଲି ନୂତନ କମିଟି ପ୍ରତିକ୍ରିୟା ରଖିଛି !
