ପରିପ୍ରେକ୍ଷୀରେ ଅଞ୍ଚଳରେ ଦୁଗ୍ଧ ଚାଷ, ପନିପରିବା ଓ ଆମ୍ବ ଚାଷକୁ ବ୍ୟାପକ କରି ସ୍ଥାନୀୟ ଚାଷୀଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ରେଢାଖୋଲ, ନାକଟିଦେଉଳ ଏବଂ ଯୁଯୁମୁରା ସମେତ ସମଗ୍ର ସମ୍ବଲପୁର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଆମର ମୁଖ୍ୟ ଲକ୍ଷ୍ୟ ବୋଲି ସେ ଦୋହରାଇଛନ୍ତି। ଏହି ବିକାଶମୂଳକ କାର୍ଯ୍ୟ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ରେଢାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ସମ୍ବଲପୁର ଜିଲ୍ଲାପାଳ ସି୍ଧେଶ୍ୱର ବଳିରାମ ବନ୍ଦର, ଏସପି ମୁକେଶ ଭାମୁ, ଡି ଆଇ ଜି ହିମାଂଶୁଲାଲ, ନାକଟିଦେଉଳ ବ୍ଲକ ଅଧ୍ୟକ୍ଷା ସ୍ୱରୂପା ରାଣୀସାହୁ, ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, ପୂର୍ବତନ ବିଧାୟକ ନାଉରି ନାଏକ, ବରିଷ୍ଠ ବିଜେପି ନେତା ପ୍ରମୋଦ ରଥ ପ୍ରମୁଖ ଉପସ୍ଥିତ ଥିଲେ ।ଅପରପକ୍ଷେ ପ୍ରଶାସନ ପକ୍ଷରୁ ସଭାକୁ ଆସିଥିବା ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା କରିଥିବା ବେଳେ ଏସଏସଜି ମହିଳା ମାନେ ଖାଈନପାରି ଫେରିଯାଉଥିଲେ ଏବଂ ପ୍ରଶାସନକୁ ଗାଳିଦେଉଥିବା ଦେଖିବାକୁ ମିଳିଥିଲା l
