ଜିଲ୍ଲା ପ୍ରଶାସନକୁ ଭେଟିଲା ଅଭିଭାବକ ସଙ୍ଘ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ଦୁର୍ନୀତିର ବିଚାର ବିଭୀଗୀୟ ତଦନ୍ତ କରାଯାଉ ବରଗଡ :୦୯/୦୫(ନି ପ୍ର) ଓଡିଶା ଅଭିଭାବକ ବରଗଡ ଜିଲ୍ଲାର ଏକ ପ୍ରତିନିଧି ଦଳ ଜିଲ୍ଲା ସଭାପତି ବିମଳ କୁମାର ଦାଶ ଙ୍କ ନେତୃତ୍ଵ ରେ ଜିଲ୍ଲାପାଳ ଙ୍କୁ ଭେଟି
ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଚାଲିଥିବା ଦୁର୍ନୀତି,ଅନୈତିକ କାର୍ଯ୍ୟକଳାପ କୁ ବିରୋଧ କରି ଏକ ଦାବୀ ପତ୍ର ପ୍ରଦାନ କରିଥିଲେ, ସେ ତାଙ୍କ ଦାବିପତ୍ର ରେ ବରଗଡ ର ଏକ ଶିକ୍ଷୟତ୍ରୀ ଙ୍କ ଉପରେ ଘଟିଥିବା ଶାରୀରିକ ନିର୍ଯାତନା , ଶିକ୍ଷକ ବଦଳି ରେ ଲାଞ୍ଚ, ସ୍କୁଲ ସାମଗ୍ରୀ କିଣା ରେ ଦୁର୍ନୀତି, ମଧ୍ୟାହ୍ନ ଭୋଜନ ଯୋଗାଣ ରେ ଦୁର୍ନୀତି , ଜାଲ ଶିକ୍ଷକ ନିଯୁକ୍ତି ରେ ଲାଞ୍ଚ କରିବାର ଆଦି ବିଭିନ୍ନ ମାମଲା ର ବିଚାର ବିଭାଗୀୟ ତଦନ୍ତ କରି ଦୋଷୀ ବିରୁଦ୍ଧ ରେ କଠୋର କାର୍ଯାନୁଷ୍ଠାନ କରିବା ସହିତ ସ୍ଥାୟୀ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ତୁରନ୍ତ ନିଯୁକ୍ତି ପାଇଁ ଦାବୀ କରିଥିଲେ , ଏହି ଅବସର ରେ ଓଡିଶା ଅଭିଭାବକ ମହାସଂଘ ର ସଦାନନ୍ଦ ମହାପାତ୍ର, ବାସୁଦେବ ଦାଶ, ବାଲ୍ମିକୀ ଷଡ଼ଙ୍ଗୀ, କାଳୀ ଚରଣ ବୋଷ, ରଞ୍ଜିତ ଯାଦବ, ଜଟାଧାରୀ ପ୍ରଧାନ, ଖିତେଶ୍ୱର୍ କୁମ୍ଭାର, ଖିରୋଦ୍ର ପ୍ରଧାନ ଆଦି ଉପସ୍ଥିତି ଥିଲେ l
